fbpx

ରଣବୀର-ଆଲିଆଙ୍କ ବେଡରୁମ ସିକ୍ରେଟ, ସାକ୍ଷାତକାରରେ ରଣବୀର କହିଲେ ଆଲିଆଙ୍କ କଥା

ବର୍ତ୍ତମାନ ବଲିଉଡର ଦମ୍ପତି ମାନଙ୍କ ମଧ୍ୟରୁ ଆଲିଆ ଏବଂ ରଣବୀର ଚର୍ଚ୍ଚାରେ ଅଛନ୍ତି । ସେମାନଙ୍କ ବିବାହ ଚଳିତ ବର୍ଷର ଅପ୍ରେଲ ମାସ ୧୪ ତାରିଖରେ ହୋଇଥିଲା । କହିବାକୁ ଗଲେ ଚଳିତ ବର୍ଷ ସେହି ଦମ୍ପତିଙ୍କ ପାଇଁ ଶୁଭ ବର୍ଷ । ପ୍ରଥମେ ବିବାହ ଅପ୍ରେଲରେ, ଜୁନରେ ଆଲିଆଙ୍କ ପ୍ରେଗନ୍ସି ଖବର ଏବଂ ବିବାହପରର ପ୍ରଥମ ଫିଲ୍ମ ବ୍ରହ୍ମାସ୍ତ୍ର ସେପ୍ଟେମ୍ବରରେ ରିଲିଜ ଏବଂ ନଭେମ୍ବରରେ ଆଲିଆ ଜନ୍ମ ଦେଲେ ଏକ କନ୍ୟା ଶିଶୁକୁ । ଏଥି ମଧ୍ୟରେ ରଣବୀର ଆଲିଆଙ୍କ ବେଡରୁମ ସିକ୍ରେଟ, ସେ ଦୁଇ ଜଣ କିପରି ଶୁଅନ୍ତି ସେହି ବିଷୟରେ କହିଛନ୍ତି ।

ରଣବୀର କପୁର ବ୍ରହ୍ମାସ୍ତ୍ର ଫିଲ୍ମର ପ୍ରମୋଶନ ସମୟରେ କିଛି ପର୍ସନାଲ ସିକ୍ରେଟ ସେୟାର କରିଛନ୍ତି । ଯେତେବେଳେ ଫିଲ୍ମ ପ୍ରମୋଟ ହେଉଥିଲା ସେତେବେଳେ ଆଲିଆ ଗର୍ଭବତୀ ଥିଲେ । ଏମିତି ଏକ ଇଣ୍ଟରଭ୍ୟୁରେ ଆଲିଆଙ୍କ ସମ୍ବନ୍ଧିତ କିଛି କଥାକୁ ରଣବୀର ସେୟାର କରିଛନ୍ତି ଯେ, ଆଲିଆ ତାଙ୍କ ବେଡରୁମରେ କଣ କରନ୍ତି ।

ତେବେ ବଲିଉଡ ବବଲକୁ ଦେଇଥିବା ଏକ ସାକ୍ଷାତକାରରେ ରଣବୀରଙ୍କୁ ପଚରା ଯାଇଥିଲା ତାଙ୍କ ପତ୍ନୀ ଆଲିଆଙ୍କ ଏମିତି କିଛି ଗୁଣ କୁହ ଯାହାକୁ ତୁମେ ଆଦୌଂ ପସନ୍ଦ କରନାହିଁ। ତେବେ ରଣବୀର ଏହାର ଉତ୍ତର ଦେଇଥିଲେ ଆଲିଆ ବେଡରୁମରେ ଅଜବ ଢଙ୍ଗରେ ଶୁଅନ୍ତି । ସେ ଶୋଇଲାବେଳେ ସିଧା ଶୁଅନ୍ତି ନାହିଁ ଏହା ବଦଳରେ ସେ ମୁହଁ ମାଡି ଶୁଅନ୍ତି । ଯାହା ପାଇଁ ମୁଁ ବେଡର ଗୋଟେ କୋଣରେ ଶୋଇଥାଏ ।

Get real time updates directly on you device, subscribe now.