fbpx

୫୧ ବର୍ଷ ବୟସରେ ସିଙ୍ଗଲ ଅଛନ୍ତି ତବୁ: ଏହାପଛରେ କାହିଁକି ଅଜୟଙ୍କୁ କଲେ ଦାୟୀ

ମୁମ୍ବାଇ: ବଲିଉଡର ଅନେକ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶୁମାର ତବୁୁ ହେଉଛନ୍ତି ଅନ୍ୟତମ । ସେ ତାଙ୍କ ଅଭିନୟ କ୍ୟାରିୟରେ ଅନେକ ସଫଳତା ପାଇଥିବା ବେଳେ ତାଙ୍କର ଅନେକ ଫିଲ୍ମ ସୁପର ହିଟ୍ ହୋଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଦୃଶ୍ୟମ୍, ଯେକି ୭ ବର୍ଷ ପୂର୍ବେ ରିଲିଜ ହୋଇଥିଲା । ସେହିପରି ତାଙ୍କର ଅନ୍ୟ ଏକ ଫିଲ୍ମ ଦୃଶ୍ୟମ୍ ୨ ମଧ୍ୟ ବର୍ତ୍ତମାନ ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ଏହି ଚଳଚ୍ଚିତ୍ରରେ ସେ ଅଜୟ ଦେବଗନଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି । ଯାହାକୁ ତବୁ ଖୁବ ନିଖୁଣ ଭାବରେ ନିଭାଇଛନ୍ତି । ତେବେ ଅଭିନେତ୍ରୀ ତବୁ ଅଭିନୟ ଜୀବନରେ ଅନେକ ସଫଳତା ପାଇଥିଲେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନରେ କିନ୍ତୁ ସେ ଆଜି ବି ସିଙ୍ଗଲ ଅଛନ୍ତି ।ଯେଉଁଥିପାଇଁ ସେ ଅଜୟ ଦ୍ୱଗନଙ୍କୁ ହିଁ ଦାୟୀ କରିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ଶୁମାର ତବୁ ଙ୍କୁ ବର୍ତ୍ତମାନ ୫୧ ବର୍ଷ ବୟସ ହେଲାଣି । କିନ୍ତୁ ସେ ଆଜିବି ତାଙ୍କ ବ୍ୟକ୍ତିଗତ ଜୀବନରେ ଏକା ଅଛନ୍ତି । ତବୁ ଆଜି ପର୍ଯ୍ୟନ୍ତ କାହାକୁ ବିବାହ କରି ନାହାନ୍ତି । ସେ ଦୀର୍ଘ ଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଥିବାବେଳେ ଅନେକ ସେଲିବ୍ରେଟିଙ୍କ ନାମ ସହ ତାଙ୍କ ନାମ ଯୋଡି ହୋଇଛି । କିନ୍ତୁ ତବୁ ଅଜି ପର୍ଯ୍ୟନ୍ତ କାହାକୁ ବିବାହ କରି ନାହାନ୍ତି । ଯେତେବେବେଳେ ତବୁଙ୍କୁ ଅବିବାହିତ ହେବାର କାରଣ ପଚରାଗଲା, ସେତେବେଳେ ସେ ଅଜୟ ଦେବଗାନଙ୍କ ନାମ ନେଇଥିଲେ ।

ତବୁ ନିକଟରେ ଏକ ସାକ୍ଷାତକାର ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ, ତାଙ୍କ ବିବାହ ନକରିବାର କାରଣ ହେଉଛନ୍ତି ଅଜୟ ଦେବଗନ । ତବୁ ଅଜୟ ଏବଂ ତାଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ । ସେ କହିଥିଲେ ଯେ,ପ୍ରୟ ୨୫ ବର୍ଷ ହେବ ଆମେ ପରସ୍ପରକୁ ଜାଣିଛୁ ଏବଂ ଆମେ ବହୁତ ଭଲ ବନ୍ଧୁ ମଧ୍ୟ । ଏଥିସହିତ ତବୁ ମଜାଳିଆ ଢଙ୍ଗରେ ଏହା ମଧ୍ୟ କହିଥିଲେ ଯେ ମୁଁ ଆଜି ଯଦି ସିଙ୍ଗଲ ଅଛି ତାହା କେବଳ ଅଜୟ ପାଇଁ । କାରଣ ମୁଁ ମୋ ଯୌବନ ବୟସରେ ଯେଉଁ ପୁଅଙ୍କୁ ଭେଟୁଥିଲି ଅଜୟ ଏବଂ ତାଙ୍କ ତାଙ୍କ ଭାଇ ସମୀର ଆର୍ଯ୍ୟ କୌଣସି ମତେ ସେଠାରେ ପହଞ୍ଚି ଯାଉଥିଲେ । ଏଥିସହିତ ସେ ପିଲାକୁ ବହୁତ ଧମାକାଇବା ସହ ମାଡ ମଧ୍ୟ ମାରୁଥିଲେ । ଏହି ଦୁଇ ଜଣ ସେ ସମୟରେ ଦବଙ୍ଗ ଥିଲେ ।

ଆଜି ଯଦି ମୁଁ ସିଙ୍ଗଲ ଅଛି କେବଳ ଅଜୟଙ୍କ ପାଇଁ । ତେବେ ତବୁ ଏହିସବୁ କଥା ମଜାଳିଆ ଢଙ୍ଗରେ କହିଥିଲେ । କାରଣ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଶୁମାର ତବୁ ବହୁତ ଭଲ ବନ୍ଧୁ ଅଟନ୍ତି । ଉଭୟ ପରସ୍ପରକୁ ପ୍ରାୟ ୨୫ ବର୍ଷ ହେବ ଜାଣିଛନ୍ତି । ଏଥିସହିତ ତାଙ୍କ ବନ୍ଧୁତ୍ୱ ବହୁତ ଘନିଷ୍ଠବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.