fbpx

ଆଜି ପୁଣି ଇଡିରେ ହାଜର ଶ୍ରଦ୍ଧା; ଧୀରେ ଧୀରେ ଖୋଲୁଛି ନାଗ ଫାସ ଗୁମର

ଭୁବନେଶ୍ୱର: ଲେଡି ବ୍ଲାକମିଲର୍ ଅର୍ଚ୍ଚନା ନାଗ ର ଗୁମର ଧୀରେ ଧୀରେ ଖୋଲିବାର ଲାଗିଛି । ଜଣକ ପରେ ଜଣକୁ ଜେରା କରୁଛି ଇଡି । ତେବେ ପୂର୍ବରୁ ଏହି ମାମଲାରେ ଅର୍ଚ୍ଚନାଙ୍କ ବାପା, ମା ଓ ଭାଇଙ୍କୁ ଇଡି ଜେରା କରିଛି । ଏଥିସହିତ ଅର୍ଚ୍ଚନାଙ୍କ ସହଯୋଗୀ ଜଗବନ୍ଧୁକୁ ମଧ୍ୟ ଗିରଫ କରାଯାଇଛି । ତେବେ ଅର୍ଚ୍ଚନା ନାଗ ମାମଲାରେ ଇଡି ୧୨ ଜଣଙ୍କୁ ସମନ ପଠାଇଥିଲେ । ଏହାପରେ ଜଣଙ୍କ ପରେ ଜଣେ ଇଡିରେ ହାଜର ହୋଇଥିଲେ । ବୁଧବାର ଦିନ ଶ୍ରଦ୍ଧାଞ୍ଜଳୀ ବେହେରା ଇଡି ଅଫିସରେ ହାଜର ହୋଇଥିବା ବେଳେ ଆଜି ମଧ୍ୟ ପୁଣି ସେ ଇଡିରେ ହାଜର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ,ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଥରେ ଇଡିରେ ଶ୍ରଦ୍ଧାଞ୍ଜଳି ବେହେରା ହାଜର ହୋଇଛନ୍ତି । ତେବେ ଦ୍ୱିତୀୟ ଥର ପାଇଁ ତାଙ୍କୁ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ବୁଧବାର ଦିନ ହୋଇଥିବା ଜେରାରେ ପାଖାପାଖି ୧୪ ଘଣ୍ଟା ଧରି ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ମାରାଥନ ଜେରା କରିଥିଲା । ତେବେ ଏହି ଜେରା ସମୟରେ ଶ୍ରଦ୍ଧାଞ୍ଜଳି ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା ମିଳିଛି ।ଅନ୍ୟପକ୍ଷେଆଜିର ଏହି ଜେରାରେ ଆହୁରି ଅନେକ କିଛି ତଥ୍ୟ ସାମ୍ନାକୁ ଆସିବ ହୋଲି ଇଡି ଆଶା କରୁଛି

Get real time updates directly on you device, subscribe now.