fbpx

ବାହାଘର ପରେ ଏହି କାମରେ କରନ୍ତୁନି ଅବହେଳା: ନଚେତ୍ ନୂଆଘରେ ହୋଇପାରେ ସମସ୍ୟା

ନୂଆଦିଲ୍ଲୀ: ମହିଳାମାନେ ବାହାଘର ପରେ ନିଜର ‘ସରନେମ୍’କୁ ବଦଳାଇଥାନ୍ତି । ବାହାଘର ପରେ ମହିଳାଙ୍କୁ ସ୍ୱାମୀଙ୍କ ପରିବାରର ସରନେମ୍ ଆପଣାଇବାକୁ ପଡ଼ିଥାଏ ଓ ସେହି ନାମରୁ ମହିଳା ନୂଆ ପରିଚୟ ସୃଷ୍ଟି ହୋଇଥାଏ । ଅବଶ୍ୟ ବାହାଘର ପରେ ଯେଉଁ ମହିଳାମାନେ ନିଜ ନାଁ ପରିବର୍ତ୍ତନ କରନ୍ତି, ସେମାନଙ୍କୁ ସରକାରୀ ପ୍ରମାଣପତ୍ରରେ ମଧ୍ୟ ନାଁ ବଦଳାଇବାକୁ ପଡ଼ିଥାଏ ।

ଯଦି କୌଣସି ମହିଳା ବାହାଘର ପରେ ସରନେମ୍ ପରିବର୍ତ୍ତନ କରନ୍ତି, କିନ୍ତୁ ସରକାରୀ ପ୍ରମାଣପତ୍ରରେ ସରନେମ୍ ପରିବର୍ତ୍ତନ ନକରନ୍ତି, ତେବେ ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିବ । ସେହିପରି ପାନ୍ କାର୍ଡରେ ମଧ୍ୟ ସଠିକ୍ ନାଁ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପାନକାର୍ଡରେ ନାଁ ବଦଳିବାରେ ଅବହେଳା ଯୋଗୁଁ ଆପଣଙ୍କୁ କାରବାର ସହ ଜଡ଼ିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ବାହାଘର ପରେ ନାମ ବଦଳାଇବା ଉପରେ ଯଦି ମହିଳାଙ୍କ ପାନ୍ କାର୍ଡରେ ନାମ ପରିବର୍ତ୍ତନ କରା ନଯାଏ, ତେବେ ତାଙ୍କୁ ପରେ କ୍ଷତି ସହିବାକୁ ପଡିପାରେ । ଏପରି ପରିସ୍ଥିତିରେ ମହିଳାଙ୍କୁ କୌଣସି କ୍ଷତିରୁ ବଞ୍ଚାଇବା ପାଇଁ ବାହାଘର ପରେ ପାନ କାର୍ଡରେ ମଧ୍ୟ ନାଁ ପରିବର୍ତ୍ତନ କରିବା ଉଚିତ୍ । ଏହା ସହ ମହିଳାଙ୍କୁ କିଛି ପ୍ରମାଣପତ୍ର ମଧ୍ୟ ଜମା କରିବାକୁ ପଡ଼ିବ ।

ଯଦି ବିବାହିତ ମହିଳାମାନେ ପାନ୍ କାର୍ଡରେ ସେମାନଙ୍କର ନାମ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ କିଛି ଡକ୍ୟୁମେଣ୍ଟ୍ ଆବଶ୍ୟକ । ମହିଳାମାନଙ୍କୁ ବିବାହ ପ୍ରମାଣପତ୍ର କିମ୍ବା ବିବାହ ନିମନ୍ତ୍ରଣ କାର୍ଡ ଦାଖଲ କରିବାକୁ ପଡିବ । ଏଥିସହ ଗେଜେଟେଡ୍ ଅଫିସରଙ୍କଠାରୁ ଏକ ପ୍ରମାଣପତ୍ର କିମ୍ବା ସରକାରୀ ଗେଜେଟରେ ନାମ ପ୍ରକାଶନ କିମ୍ବା ସ୍ୱାମୀଙ୍କ ନାମ ଥିବା ପାସପୋର୍ଟର ଏକ କପି ମଧ୍ୟ ଗ୍ରହଣୀୟ ବୋଲି କୁହାଯାଇଛି ।

Get real time updates directly on you device, subscribe now.