fbpx

ଆସନ୍ତାକଲି ବନ୍ଦ ପଦ୍ମପୁର: ଉଦେଶ୍ୟ ମୂଳକ ରେଡ୍‌କୁ ବିରୋଧ କରି ପଦ୍ମପୁର ବଣିକ ସଂଘର ୧୨ ଘଣ୍ଟିଆ ଡାକରା

ପଦ୍ମପୁର: ସକାଳେ ଆଇଟି ରେଡ୍, ସନ୍ଧ୍ୟାରେ ଜିଏସଟି ରେଡ୍। ଏହାକୁ କିଛି ଲୋକେ ରାଜନୈତିକ ଉଦେଶ୍ୟରେ କରାଯାଉଥିବା କହିଥିବା ବେଳେ କିଛି ଲୋକେ ଏହାକୁ ସକାଳ ରେଡ୍‌ର ରିଭେଞ୍ଜ ସନ୍ଧ୍ୟାରେ ବୋଲି କହୁଛନ୍ତି। ଉପନିର୍ବଚନୀ ମାହୋଲରେ ଆଜି ଓଡିଶାର ପଦ୍ମପୁରରେ ଦେଖିବାକୁ ମିଳିଛି ରେଡ୍‌ର ହାଇଡ୍ରାମା। ତେବେ ଏହି ରେଡ୍‌କୁ ଉଦେଶ୍ୟ ମୂଳକ କହି ଆସନ୍ତା କାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ। ଏହି ସମୟରେ କେବଳ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ନିଷ୍ପତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ପଦ୍ମପୁର ବଣିକ ସଙ୍ଘର ସଭାପତି ପ୍ରତାପ ମିଶ୍ର। ସେ ଏହା ମଧ୍ୟ କହିଛନ୍ତି ଯେ, ଆସନ୍ତା କାଲି ଯଦି କୌଣସି ରେଡ୍ କରାଯାଏ, ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପଦ୍ମପୁର ବନ୍ଦ ଡାକରା ଦିଆଯିବ।

ଉପନିର୍ବାଚନକୁ ଆଖି ଆଗରେ ରଖି ବର୍ତ୍ତମାନ ପଦ୍ମପୁର ପ୍ରଚାର ଜୋରଦାର ଚାଲିଥିବା ବେଳେ ହଠାତ ଆଜି ସକାଳେ ଆୟକର ବିଭାଗର ଏକାଧିକ ଦଳ ବିଜେଡିର ସମର୍ଥକ ଭାବରେ ଜଣାଶୁଣା ତିନିଜଣ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲେ। ଏହା ପରେ ସଦଂହ୍ୟାରେ ଜିଏସଟି ଅଧିକାରୀମାନେ ପଦ୍ମପୁର ନଗର ବିଜେପି ସଭାପତିଙ୍କ ସମେତ ଅନେକ ଦୋକାନ ଉପରେ ଚଢ଼ାଉ କରିଥିଲେ। ଯାହା ଅଂଚଳରେ ନିର୍ବାଚନୀ ପ୍ରଚାର ମାହୋଲକୁ ଶାନ୍ତ କରି ଦେଇଛି।

ସୂଚନାନୁସାରେ, ଜିଏସଟି ଅଧିକାରୀମାନେ ଏକାସାଙ୍ଗରେ ପଦ୍ମପୁର, ବରଗଡ, ପାଇକମଲ ଏବଂ ଝଡ଼ବନ୍ଧ ସମେତ ପ୍ରାୟ ସାତୋଟି ଦୋକାନ ଉପରେ ଚଢ଼ାଉ କରିଥିଲେ। ଜିଏସଟି ଅଧିକାରୀମାନେ ସନ୍ଧ୍ୟାରେ ଜଗଦମ୍ବା ଲୁଗା ଦୋକାନ, ମୀନାକ୍ଷୀ ଅଳଙ୍କାର ଏବଂ ପଦ୍ମପୁରରେ ଉଦଦୀପ ଇଣ୍ଡେନ, ପାଇକମାଲରେ ନ୍ରୁସିଂହ ପେଟ୍ରୋଲ ପମ୍ପ ଏବଂ ନରସିଂହନାଥ ମେଡିକାଲ ଷ୍ଟୋର୍ ଏବଂ ଝଡ଼ବନ୍ଧରେ ବିକାଶ ହାର୍ଡୱେର ଉପରେ ଚଢ଼ାଉ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ପଦ୍ମପୁର ନଗର ବିଜେପି ସଭାପତି ସୁନୀଲ ଅଗ୍ରୱାଲ ଜଗଦମ୍ବା ଲୁଗା ଦୋକାନର ମାଲିକ ଅଟନ୍ତି। ଯାହା ରେଡ୍ ଘଟଣାକୁ ଅଧିକ ରାଜନୈତିକ ରୂପ ଦେଉଛି।

ଏହାପୂର୍ବରୁ ଆଇଟି ଟିମ୍ ବାହିରପଡାର ବ୍ୟବସାୟୀ ମହମ୍ମଦ ସାଜିଦ୍, ସାହୋପାଦାର ମନଭଜନ ସାହୁ ଏବଂ ବାଦପଡାର ଗାଜୁ ଅଗ୍ରୱାଲଙ୍କ ଘରେ ଚଢ଼ାଉ କରିଥିଲା। ସମସ୍ତେ ବିଜେଡିର ସମର୍ଥକ ବୋଲି କୁହାଯାଉଛି। ମହମ୍ମଦ ସାଜିଦ ମୃତ ପାଦମପୁର ବିଧାୟକ ବିଜୟା ରଂଜନ ସିଂ ବରିହାଙ୍କ ସହଯୋଗୀ ଥିଲେ।

Get real time updates directly on you device, subscribe now.