fbpx
BJD SKY
BJD SKY

OUAT ରେ ଖାଲିପଡିଛି ୪୯ ପଦବୀ: ୬ ଡିସେମ୍ବର ଭିତରେ କରନ୍ତୁ ଆବେଦନ

BJD

OUAT ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସିଖବର । ଓଡିଶା ୟୁନିଭରସିଟି ଅଫ ଏଗ୍ରୀକଲ୍ଚର ଆଣ୍ଡ ଟେକ୍ନୋଲୋଜିରେ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି କରାଯାଇଛି। ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଓୟୁଏଟିରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ ouat.nic.in ଯାଇ ନୋଟିଫିକେସନ ଚେକ୍‌ କରିପାରିବେ ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୬ ଡିସେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ : ୪୯

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ପିଜି କିମ୍ବା ପିଏଚଡି ଡିଗ୍ରୀ କରିଥିବା ଜରୁରୀ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସାଧାରଣ ବର୍ଗରେ ଅଧିକତମ ବୟସ ସୀମା ୩୫ ରଖାଯାଇଛି। ସେହିପରି ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସରକାରୀ ନିୟମାନୁସାରେ ବୟସ ସୀମାରେ ରିହାତି ମିଳିବ।

ଆବେଦନ ଶୁଳ୍କ : ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀ ୭୦୦ ଟଙ୍କା ଜମା କରିବାକୁ ହେବ। ସେହିପରି ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କରେ ରିହାତି ମିଳିବ।

ଚୟନ ପ୍ରକ୍ରିୟା : ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଏକାଡେମୀକ ରେକର୍ଡ ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ।

କେମିତି କରିବେ ଆବେଦନ : ପ୍ରାର୍ଥୀ ଆବେଦନ ଫର୍ମ ସହିତ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ପୂରଣ କରି Registrar, Orissa University of Agriculture & Technology, Bhubaneswar 751003, Odisha. ଠିକଣାରେ ପଠାଇବାକୁ ପଡିବ ।

Get real time updates directly on you device, subscribe now.