fbpx

ଲକ୍ଅପ୍ ଭିତରେ ଚାଲିଥିଲା ମଦ ପାର୍ଟି , ଭିଡିଓ ଭାଇରଲ ପରେ ଗିରଫ ହେଲେ କନଷ୍ଟେବଳ

ପାଲିଗଞ୍ଜ :ବିହାର ଏକ ଏଭଳି ଯାଗା ଯେଉଁଠାରେ ମଦକୁ ନେଇ କଠୋରଆଇନ ଗଢ଼ାଯାଇଛି । କିନ୍ତୁ ଏହା ଭିତରେ ବିହାର ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଯେଉଁଠାରେ ଶକ୍ତ ଆଇନ କଥା କୁହାଯାଉଛି ସେଠାରେ ଅବକାରୀ ବିଭାଗର ଥାନାରେ ହିଁ ମଦପାର୍ଟି ଚାଲିଥିବାର ସୂଚନା ମିଳିଛି । ଯେଉଁଠାେରେ ୫ଜଣ କଏଦୀ ମଦ ପିଉଥିବାର ଧରାପଡିଛନ୍ତି । ତେବେ ଏହି ଘଟଣା ପରେ ଥାନାରେ ସେହି ସମୟରେ କାର୍ଯ୍ୟରତ ଥିବା ଦୁଇଜଣ କନଷ୍ଟେବଳଙ୍କୁ ଗିରଫ କରାଯାଇଛି ।

କୁହାଯାଉଛି ଯେ ମଙ୍ଗଳବାର ଅପରାହ୍ନରେ ପାଲିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଏକ୍ସାଇଜ୍ ବିଭାଗ ଦ୍ୱାରା ୫ ଜଣଙ୍କୁ ଧରାଯାଇଥିଲା। ଯେଉଁମାନଙ୍କୁ ପୋଲିସ ଷ୍ଟେସନରେ ବନ୍ଦ କରା ଯାଇଥିଲା। ଏହା ପରେ, ଏହି ଲୋକମାନେ ନିଜେ ଲକ୍ଅପ୍ ରେ ମଦ ଅର୍ଡର କରି ପିଇବା ଆରମ୍ଭ କଲେ। କେବଳ ଏତିକି ନୁହେଁ ସାଙ୍ଗରେ ଖାଇବା ପାଇଁ ଚାଖନା ମଧ୍ୟ ମଗେଇ ଥିଲେ । ପୋଲିସ ଷ୍ଟେସନରେ ଉପସ୍ଥିତ ଥିବା କେହି ଜଣେ ପାର୍ଟିର ଲକ୍-ଅପ୍ ଭିତରେ ଚାଲିଥିବାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟକୁ ପଠାଇଥିଲେ। ଏହା ପରେ ପାଲିଗଞ୍ଜ ଏଏସପି ଏକ ଟିମ୍ ଗଠନ କରି ଏକ୍ସାଇଜ୍ ବିଭାଗର ଲକ୍ଅପ୍ ଉପରେ ଚଢ଼ାଉ କରିଥିଲା। ସେଠାରେ ୫ଜଣ ଲୋକ ପିଉଥିବାର ଦେଖିଲେ। ଦଳ ତୁରନ୍ତ ସମସ୍ତ ପାଞ୍ଚଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା। ଏହା ବ୍ୟତୀତ ଡ୍ୟୁଟିରେ ଥିବା ଦୁଇଜଣ କନଷ୍ଟେବଳଙ୍କୁ ସେମାନଙ୍କ କର୍ତ୍ତବ୍ୟ ପାଳନ ନକରିବାରୁ ଗିରଫ କରାଯାଇଥିଲା।

ବିହାରରେ ନିଶା ନିବାରଣ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଥିଲେ ଯେ ବିହାର ସରକାର ଯେଉଁମାନେ ରୋଜଗାର ପାଇଁ ମଦ ବ୍ୟବସାୟ ବନ୍ଦ କରନ୍ତି ସେମାନଙ୍କୁ ୧ ଲକ୍ଷ ଟଙ୍କା ଦେବେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଏହି ଯୋଜନା କେବଳ ମଦ ପାଇଁ ନୁହେଁ ବରଂ ତାଡି ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ, ଯଦି ସେମାନେ ତାଡି ବ୍ୟବସାୟ ଛାଡି ନିରା(ଯେଉଁଟା ମଦ ନୁହେଁ ) ତିଆରି କରିବା ଆରମ୍ଭ କରନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ ପିଉଛନ୍ତି ସେମାନଙ୍କୁ ଗିରଫ କରାଯାଉଛି। ରାଜ୍ୟରେ ମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଗିରଫଦାରୀ ହ୍ରାସ ପାଉଛି ବୋଲି ସିଏମ କହିଛନ୍ତି।

Get real time updates directly on you device, subscribe now.