fbpx

ଆଜିଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ: ଜାଣନ୍ତୁ ସମୟ ଓ ଟିକେଟ୍ ସମ୍ବନ୍ଧୀୟ ସୂଚନା

ନୂଆଦିଲ୍ଲୀ: ଆଜିଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଉଛି ରାଷ୍ଟ୍ରପତି ଭବନ । ସପ୍ତାହରେ ପାଞ୍ଚ ଦିନ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ରାଷ୍ଟ୍ରପତି ଭବନର ଏକ ସରକାରୀ ବିଜ୍ଞପ୍ତି ଅନୁସାରେ, ସାଧାରଣ ଜନତା ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାର ଦିନ ସେଠାକୁ ଯାଇପାରିବେ ।

ଅବଶ୍ୟ ସରକାରୀ ଛୁଟି ଦିନ ରାଷ୍ଟ୍ରପତି ଭବନ ବନ୍ଦ ରହିବ । ଏହି ଦିନ ସେଠାକୁ କେହି ଯାଇପାରିବେ ନାହିଁ । ଏଥିସହିତ ସରକାରୀ ଛୁଟି ବ୍ୟତୀତ ମଙ୍ଗଳବାର ଠାରୁ ରବିବାର ସପ୍ତାହରେ ୬ ଦିନ ସର୍ବସାଧାରଣ ଦର୍ଶନ ପାଇଁ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଖୋଲା ରହିବ ।

Get real time updates directly on you device, subscribe now.