fbpx

ହାତ ଛାଡି ପଦ୍ମ ଧରିଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ,କହିଲେ..

ବରଗଡ଼:ବଢୁଛି ବିଜେପିର ଦବଦବା। ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ। ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ ଭୋଇ ଆଜି ପଦ୍ମ ଧରିଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ପୂର୍ବତନ ସାଂସଦ ସଞ୍ଜୟ କହିଛନ୍ତି ଯେ ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ଇମେଲ ଯୋଗେ ପଠାଇଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି।

ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନରେ କମ୍ପୁଛି ମାଟି । ତିନି ପ୍ରମୁଖ ଦଳ ଏବେ ନିର୍ବାଚନ ଆସନ ହାତେଇବା ପାଇଁ ପ୍ରୟାଶ କରୁଛନ୍ତି । ତେବେ ଏହା ଭିତରେ ଶତାଧିକ ଦଳୀୟ କର୍ମଚାରୀ ମାନେ ମଧ୍ୟ ବିଭିନ୍ନ ଦଳରେ ସାମିଲ ହେଉଛନ୍ତି ।

କହିବାକୁ ଗଲେ ପଦ୍ମପୁରରେ ମୁଖ୍ୟ ସମସ୍ୟା ହେଉଛି ଚାଷ । ଏଠାକାର ଚାଷୀ ମାନେ ଏମସପି,ମଣ୍ଡି ସମସ୍ୟା, ଇନପୁଟ ସହାୟତା ସମସ୍ୟା, ଚାଷୀ ବିମା ସହୟତା ଆଦି ଅନେକ ସମସ୍ୟାକୁ ନେଇ ଆନ୍ଦୋଳନ ରତ ଥିବା ବେଳେ ଏହାକୁ ସମାଧାନ କରି ପଦ୍ମପୁରବାସୀଙ୍କୁ ବୁଝାଇବା ପାଇଁ ସବୁ ଦଳ ତାର ପ୍ରଚେଷ୍ଟା କରିବ ।

Get real time updates directly on you device, subscribe now.