fbpx

ଗରିବଙ୍କ ହକ ପାଇଁ କାର୍ଯ୍ୟ କରୁଛି;ମୋର କାର୍ଯ୍ୟ ମୋର କଥା କୁହେଁ, ମୁଁ ଅଧିକ କହିବାରେ ବିଶ୍ୱାସ କରେନି:ନବୀନ

ପଦ୍ମପୁର:ଚାଷୀଙ୍କ ହକ ପାଇଁ ଆମେ ଲଢ଼ୁଛୁ । ଚାଷୀ ମାନଙ୍କ ପାଇଁ କାର୍ଯ୍ୟ କରୁଛି । ମାଆ ମାନଙ୍କ କଲ୍ୟାଣ ଆଉ ସଶକ୍ତ କରିବା ପାଇଁ କାର୍ଯ୍ୟ କରୁଛି । ଉଦ୍ୟୋଗ ଠାରୁ ଆରମ୍ଭ କରି ଆପଣ ମାନଙ୍କ ସପ୍ନ ସାକାର କରିବା ପାଇଁ କାର୍ଯ୍ୟ କରୁଛି। ମୁଁ କଥାରେ ନୁହେଁ କାର୍ଯ୍ୟରେ ବିଶ୍ୱାସ କରେ। କିଛି ଏଭଳି କହି ବିରୋଧୀ ମାନଙ୍କ ମୁହଁକୁ ଚୁପ କରିଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋ ୩ଟି ସ୍ଥାନରେ ସଭା କାର୍ଯ୍ୟରେ ଉପସ୍ଥିତ ରହି ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କ ପାଇଁ ଭୋଟ ମାଗିଛନ୍ତି । ନବୀନ କହିଛନ୍ତି ଯେ ମୁଁ କଥା ନୁହେଁ ସର୍ବଦା କାମରେ ବିଶ୍ୱାସ କରେ । କିଭଳି ମାଆ ମାନଙ୍କୁ ସଶକ୍ତ କରିହେବ, କିଭଳି କେନ୍ଦୁ ପତ୍ର ତୋଳାଳି ଠାରୁ ଆରମ୍ଭ କରି ସବୁ ନାରୀ ବିକାଶର ଆଗଧାଡିରେ ପହଞ୍ଚିବେ ତାହାକୁ ନେଇ ମୁଁ କାର୍ଯ୍ୟ କରୁଛି ।

ଆପଣ ମାନେ ବିଜେଡି ପ୍ରାର୍ଥୀ ବର୍ଷା ଙ୍କୁ ନିଜର ଆର୍ଶୀବାଦ ଦେଇ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ଆଜି ପଦ୍ମପୁରବାସୀଙ୍କୁ ନିବେଦନ କରିଛନ୍ତି । ସୂଚନାମୁତାବକ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଷାଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ।

 

Get real time updates directly on you device, subscribe now.