fbpx

ଜଳବାୟୁ ପରିବର୍ତ୍ତନର ପ୍ରଭାବ ! ୨୦୩୭ ସୁଦ୍ଧା ଦେଶରେ ପ୍ରତି ୧୫ ସେକେଣ୍ଡରେ ବଢିବ ନୂତନ ଏସିର ଡିମାଣ୍ଡ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମଗ୍ର ବିଶ୍ଵ ସହିତ ଭାରତକୁ ବି ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିପାରେ। ସଂପ୍ରତି ଗ୍ଲୋବାଲ ଓ୍ଵାର୍ମିଂ କାରଣରୁ ତାପମାତ୍ରା ବଢିବା ସହିତ ଲୁର ପ୍ରଭାବ ଦେଖିବାକୁ ମିଳୁଛି। ବିଶ୍ଵ ବ୍ୟାଙ୍କ ଦ୍ଵାରା ଜାରି ଏକ ରିପୋର୍ଟ ଭାରତର ଚିନ୍ତାକୁ ବଢାଇପାରେ। ରିପୋର୍ଟରେ କୁହାଯାଇଛି ଯେ, ୨୦୩୭ ସୁଦ୍ଧା ଭାରତରେ କୁଲିଂର ଚାହିଦା ବର୍ତ୍ତମାନସ୍ତରଠୁ ଆଠ ଗୁଣ ଅଧିକ ବଢିଯିବ। ଅର୍ଥାତ ପ୍ରତି ୧୫ ସେକେଣ୍ଡରେ ଗୋଟିଏ ଏସି(ଶୀତତାପ ନିୟନ୍ତ୍ରଣ ଯନ୍ତ୍ର)ର ଚାହିଦା ରହିବ। ଏତେ ମାତ୍ରାରେ ଘରମାନଙ୍କରେ ଏସି ଲାଗିବା ଦ୍ଵାରା ଆଗାମୀ ଦୁଇ ଦଶନ୍ଧିରେ ଗ୍ରୀନହାଉସ ଗ୍ୟାସ୍ ନିର୍ଗତରେ ୪୩୫ ପ୍ରତିଶତ ବୃଦ୍ଧି ଘଟିବ।

ଏହି ବିପଦଜ୍ଜନକ ଗରମରୁ ତ୍ରାହି ପାଇବା ପାଇଁ ପରିବେଶକୁ ଥଣ୍ଡା ରଖାଯିବା ସହ ଏକ ସ୍ଥାୟୀ ରଣନୀତିର ଆବଶ୍ୟକତା ରହିଛି। ବିଶ୍ଵ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହା କେବଳ ଦେଶର ରୋଜଗାରର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଉତ୍ସର୍ଜନକୁ କମ୍ କରିବାରେ ବେଶ ସହାୟକ ହେବ। ଏପରିକି ୨୦୪୦ ସୁଦ୍ଧା ୧.୬ ଟ୍ରିଲିୟନ ଡଲାରର ନିବେଶ ଅବସର ସୃଷ୍ଟି କରିବ।
ବିଶ୍ଵ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ସମଗ୍ର ଦେଶରେ ୨୦ କୋଟିରୁ ଅଧିକ ଲୋକ ୨୦୩୦ ସୁଦ୍ଧା ଘାତକ ଗରମର ସାମ୍ନା କରି ପାରନ୍ତି। ଏହାସହିତ ପ୍ରାୟ ୩୪ ମିଲିୟନ ଲୋକଙ୍କୁ ଅତ୍ୟଧିକ ଗରମରେ କାର‌୍ୟ୍ୟ କ୍ଷମତା ହ୍ରାସ କାରଣରୁ ଚାକିରି  ହରାଇବାକୁ ପଡିପାରେ। ଏହି ସମୟରେ ଖାଦ୍ୟ ପଦାର୍ଥ ନଷ୍ଟ ହେବାର ପରିମାଣ ଅଧିକ ବଢିବ।

ଭାରତରେ ବିଶ୍ଵ ବ୍ୟାଙ୍କର କଣ୍ଟ୍ରି ନିର୍ଦ୍ଦେଶକ ଅଗଷ୍ଟେ ତାନୋ କୋମେ କହିଛନ୍ତି, ଭାରତକୁ ସ୍ଥାୟୀ ଭାବେ ଶୀତଳ ରଖିବାର ରଣନୀତି  ଜୀବନ ଏବଂ ଆଜୀବିକା ଉଭୟକୁ ବଞ୍ଚାଇବାରେ ସହାୟକ ହୋଇପାରେ। ଏହା ଅଙ୍ଗାରକାଳ ଉତ୍ସର୍ଜନକୁ ବି କମ କରି ପାରିବ। ଭାରତକୁ ପରିବେଶ ଅନୁକୂଳ ରଖିବା ପାଇଁ ଏକ ବିଶ୍ଵ କେନ୍ଦ୍ର ସ୍ଥାପନ କରାଯାଇ ପାରିବ। ସୂଚନାଯୋଗ୍ୟ, ୨୦୧୯ରେ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ସ୍ଥାୟୀ ଭାବେ ଥଣ୍ଡା ରଖିବାର ଉପାୟ ପାଇଁ ଇଣ୍ଡିଆ କୁଲିଂ ଆକ୍ସନ ପ୍ଲାନ(ଆଇସିଏପି) ଲଞ୍ଚ କରିଥିଲା।

Get real time updates directly on you device, subscribe now.