fbpx

ରାଗିଂ ପାଇଁ ୭ ଛାତ୍ର ସସପେଣ୍ଡ; କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ଦେଶ ତଥା ରାଜ୍ୟରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ରାଗିଂ ପରି ଅପରାଧିକ ଘଟଣା ବଢିବାର ଲାଗିଛି । ପୂର୍ବରୁ ଏହି ରାଗିଂ ପାଇଁ ଅନେକ ଛାତ୍ର ଛାତ୍ରୀଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି । ଫଳରେ ରାଗିଂ କରିଥିବା ପିଲାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଲେଜ କର୍ତ୍ତୃପକ୍ଷ ।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଖଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରାଗିଂ କରିଥିବା ଅଭିଯୋଗରେ ୭ ଜଣ ଛତ୍ରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଫଳରେ ସେହି ୭ ଜଣଙ୍କୁ ସବୁଦିନ ପାଇଁ ବିଦ୍ୟାଳୟରୁ ସସପେଣ୍ଡ କରାଯାଇଛି । ତେବେ ଆଣ୍ଟିରାଗିଂ ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି ।

ଏତତ୍ ବ୍ୟତୀତ ଏହି ରାଗିଂ ଘଟଣାରେ ପୋଲିସକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାଧୀନତା ଦିଆଯାଇଛି । ତେବେ ଛାତ୍ରଙ୍କ ଅଭିଯୋଗ ଆଧାରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠ ନିଆଯିବ ବୋଲି ସୂଚନା ମିଳିଛି । ଏଥିସହିତ ସସପେଣ୍ଡ ହୋଇଥିବା ଛାତ୍ର୍ରମାନଙ୍କୁ ଯଦି କେହି କ୍ୟାମ୍ପସ ଭିତରେ ଦେଖନ୍ତି ସ୍ଥାନୀୟ ପୋଲିସକୁ ଜଣାଇବାକୁ ଆହ୍ୱାନ ଦିଆଯାଇଛି ।

Get real time updates directly on you device, subscribe now.