fbpx

ଅଭିନେତା ମନୋଜ ବାଜପେୟୀଙ୍କ ମା’ଙ୍କ ପରଲୋକ: ୮୦ ବର୍ଷ ବୟସରେ ବୁଜିଲେ ଆଖି

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ମନୋଜ ବାଜପେୟୀଙ୍କ ମା ଗୀତା ଦେବୀଙ୍କର ପରଲୋକ ଘଟିଛି । ଦୀର୍ଘ ସମୟରୁ ଅସୁସ୍ଥ ଥିବାବେଳେ ଆଜି ସକାଳେ ଦିଲ୍ଲୀର ଏକ ମେଡିକାଲରେ ୮ଟା ୩୦ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୮୦ ବର୍ଷ ହୋଇଥିଲା ।

ସୂଚନା ଅନୁସାରେ, ମନୋଜ ବାଜପେୟୀଙ୍କ ମା’ ଗୀତା ଦେବୀ ଅସୁସ୍ଥ ଥିବାରୁ କିଛି ଦିନପୂର୍ବରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତ ଗୋଟିଏ ସପ୍ତାହ ଧରି ଗୀତା ଦେବୀଙ୍କ ଅବସ୍ଥା ଅଧିକ ଖରାପ ହୋଇଥିଲା, ଯାହାଫଳରେ ତାଙ୍କୁ ଦିଲ୍ଲୀର ପୁଷ୍ପାଞ୍ଜଳୀ ମେଡିକାଲ ସେଣ୍ଟର ଓ ମ୍ୟାକ୍ସ ସୁପରସ୍ପେସିଆଲିଟି ହସ୍ପିଟାଲକୁ ନିଆଯାଇଥିଲା । ନିକଟରେ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ମନୋଜ ବାଜପେୟୀ ତାଙ୍କ ମା’ଙ୍କୁ ଭେଟିବା ପାଇଁ ମେଡିକାଲରେ ପହଞ୍ଚିଥିଲେ ।

ଅନ୍ୟପଟେ ମା’ଙ୍କ ମୃତ୍ୟୁ ପରେ ମନୋଜ ବାଜପେୟୀଙ୍କ ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ମନୋଜ ବାଜପେୟୀ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଓ ଏହି ଦୁଃଖ ସମୟରେ ପରିବାରକୁ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି । ତେବେ ମନୋଜଙ୍କ ମା’ଙ୍କ ମୃତ୍ୟୁ ବିଷୟରେ ଏକ ଟ୍ୱିଟ୍ କରି ଅଶୋକ ପଣ୍ଡିତ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.