fbpx

ଭୂତ ଏବଂ ଯାଦୁଗରଙ୍କ ଘେରରେ ରୁହନ୍ତି ଏହି ଝିଅ, ଅତ୍ମା ମାନଙ୍କ ସହ ହୁଅନ୍ତି କଥା

ଦୁନିଆରେ ଭୂତ ଅଛି ବୋଲି କିଛି ଲୋକ ବିଶ୍ୱାସ କରୁଥିଲେ ମଧ୍ୟ କିଛି ଲୋକେ ଏହାକୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ନିଜକୁ ସାଇକୋପେଥ କହୁଥିବା ଜଣେ ବିଦେଶୀ ଝିଅ ଭୂତ ସହ କଥା ହେଇପାରିବେ ବୋଲି ଦାବି କରିଛନ୍ତି । ସେ ନିଜ ବୟଫ୍ରେଣ୍ଡଙ୍କ ମରିଯାଇଥିବା ଜେଜେ ମାଆଙ୍କ ସହ କଥା ହେଉଥିବା କଥା ଜଣାଇଛନ୍ତି । ତେବେ ସେହି ଝିଅଟିର ନାମ ହେଉଛି ଲିଡିଆ ଥୋମାସ, ତାଙ୍କୁ ୨୮ ବର୍ଷ । ତାଙ୍କ କହିବା ଅନୁସାରେ ସେ ଆତ୍ମା ମାନଙ୍କୁ ଦେଖିବା ଆରମ୍ଭ କରିଥିଲେ ସେତେବେଳେ, ଯେତେବେଳେ ତାଙ୍କୁ ମାତ୍ର ୮ବର୍ଷ ହୋଇଥିଲା । ସେ ପ୍ରଥମେ ନିଜ ଜେଜେ ମାଆଙ୍କୁ ଦେଖିଥିଲେ । ଯିଏ ତାଙ୍କ ଜନ୍ମ ହେବା ପୂର୍ବରୁ ମରିଯାଇଥିଲେ ।

ବ୍ରିଟିଶ ନ୍ୟୁଜ ୱେବସାଇଟ ଦ ମିରର ରିପୋର୍ଟ ଅନ୍ୟୁାୟୀ, ଲିଡିଆ ଥୋମାସଙ୍କୁ ଯେତେବେଳେ ଆଠ ବର୍ଷ ହୋଇଥିଲା ସେ ତାଙ୍କ ଜେଜେ ମାଆଙ୍କୁ ଦେଖୁଥିଲେ, ହେଲେ ସେ ଏହି କଥାକୁ ଘର ଲୋକଙ୍କ ଆଗରେ ପ୍ରକାଶ କଲେ ୧୦ବର୍ଷରେ । ତାଙ୍କ ଟିନଏଜ ରେ ସେ ଆତ୍ମା ମାନଙ୍କୁ ନିୟନ୍ତ୍ରଣ କରିପାରୁ ନଥିଲେ ସେଥିପାଇଁ ତାଙ୍କୁ ଭୂତ ମାନଙ୍କୁ ଦେଖିଲା ମାତ୍ରେ ଡର ଲାଗୁଥିଲା ।
ଲିଡିଆ ସର୍ବଦା ସୋସିଆଲ ମିଡ଼ିଆରେ ମତ ରଖନ୍ତି ଯେ, ଇଣ୍ଟରନେଟ ଦୁନିଆରେ ଭୂତ-ପ୍ରେତ ଓ ଯାଦୁକାରୀ ଲୋକଙ୍କ ଦୁନିଆ ଅଲଗା ହୋଇଥାଏ । ଏହି ସମ୍ବେଦନଶୀଳ ଦାବି ପରେ, ଅନଲାଇନରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି ।

ନିଜର ଏକ ସାକ୍ଷାତକାରରେ ଲିଡିଆ କହିଛନ୍ତି ଯେ, ଭୂତପ୍ରେତଙ୍କ ସହ ସାଙ୍ଗରେ ରହିବା ଏବଂ କଥାବାର୍ତ୍ତା ଅଭ୍ୟାସ ହୋଇଗଲାଣି । ଏହାପରେ ସମୟ ସମୟରେ ଆସୁଥିବା ଅତ୍ମାକୁ ସେ ନିଜ ହିସାବରେ ତାଙ୍କୁ ଯିବା ପାଇଁ କୁହନ୍ତି । ବର୍ତ୍ତମାନ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ରହୁଛନ୍ତି,ସେଠାରେ ତାଙ୍କ ପୁଅ ସାଙ୍ଗଙ୍କ ଜେଜେ ମାଆଙ୍କୁ ଦେଖନ୍ତି । ଯିଏକି ୨୦୧୯ର ଫେବୃଆରୀ ମାସରେ ମରିଯାଇଛନ୍ତି ।

ଲିଡିଆ କାନାଡାର ଭ୍ୟାନକୁଭରରେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ରୁହନ୍ତି ଏବଂ ତାଙ୍କ ବୟଫେଣ୍ଡ ଜଣେ ସଫ୍ଟଓୟାର ଇଞ୍ଜିନିୟର । ଲିଡ଼ିଆ ଏକ ଡିସପ୍ୟୁଟ ରୋଜୋଲୁସନ କମ୍ପାନୀରେ କାମ କରନ୍ତି । ପ୍ରକୃତରେ ଭୂତଙ୍କ ସହ କଥା ହେବା ତାଙ୍କ ପେଶା ନୁହଁ । ପ୍ରାୟତଃ ଲୋକେ ତାଙ୍କର ଏହି ଦୈବିକ ଶକ୍ତି ବିଷୟରେ ଜାଣିଛନ୍ତି । ସେଥିପାଇଁ ତାଙ୍କୁ ବହୁ ଯାଦୁଗର ତାଙ୍କ ସହ କଥା ହେବା ପାଇଁ ଯୋଗାଯୋଗ କରନ୍ତି । ହେଲେ ସେ କିଛି ଉତ୍ତର ଦିଅନ୍ତି ନାହିଁ ।

Get real time updates directly on you device, subscribe now.