fbpx

କେଉଁଦିନ ପଡୁଛି ଚଳିତ ବର୍ଷର ଶେଷ ଅମାବାସ୍ୟା? ପିତୃପକ୍ଷ ସହ ରହିଛି ସିଧା ସମ୍ପର୍କ

ଆଉ କିଛି ଦିନ ପରେ ସରିବାକୁ ଯାଉଛି ଚଳିତ ବର୍ଷ ବା ୨୦୨୨ ମସିହା । ତେବେ ଏହି ବର୍ଷରେ ଆଉ ଏକ ଅମାବାସ୍ୟା ପଡିବାକୁ ଯାଉଛି । ଯାହାକି ଚଳିତ ବର୍ଷର ଶେଷ ଅମାବାସ୍ୟା ଏବଂ ଏହାକୁ ପୋଷ୍ୟ ଅମାବାସ୍ୟା କୁହାଯାଏ । ତେବେ ହିନ୍ଦୁ ଧର୍ମରେ ପୋଶ୍ୟ ଅମାବାସ୍ୟାର ଅନେକ ମହତ୍ତ୍ୱ ଏବଂ ଗୁରୁତ୍ୱ ରହିଛି । ଖାସ କରି ଏହି ଅମାବାସ୍ୟାର ସମ୍ପର୍କ ସିଧାସଳଖ ପିତୃପୁରୁଷଙ୍କ ସହ ରହିଛି । ଏହି ଅମାବାସ୍ୟା ଦିନ ପିତୃପକ୍ଷର ଆତ୍ମାକୁ ଶାନ୍ତି କରିବା ପାଇଁ ସ୍ନାନ, ଦାନ,ତର୍ପଣ , ଆଦି ନିହାତି କରିବା ଆବଶ୍ୟକ । ତେବେ ପିତୃ ଦୋଷ ଏବଂ କାଳସର୍ପ ଦୋଷରୁ ମୁକ୍ତି ପାଇବା ପାଇଁ ଏହି ପୌଷ ଅମାବାସ୍ୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଏହି ଦିନ କରିଥିବା ଶୁଭ କାମ ଏବଂ ଉପାୟ ଆପଣଙ୍କୁ ଅନେକ ସୁଫଳ ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁଦିନ ପଡିଥାଏ ଏହି ପୌଷ୍ୟ ଅମାବାସ୍ୟା ଏବଂ ଏହା ପିତୃପୁରୁଷଙ୍କ ସହ କିପରି ସମ୍ପର୍କ ରଖିଥାଏ ।

ଛୋଟ ପିତୃପକ୍ଷ କୁହାଯାଏ ପୌଷ ଅମାବାସ୍ୟା: ହିନ୍ଦୁ ଧର୍ମରେ ଅମାବାସ୍ୟାକୁ ପିତୃପକ୍ଷଙ୍କୁ ସମର୍ପିତ କରାଯାଇଥାଏ । ସେହିପରି ପୌଷମାସକୁ ଛୋଟ ପିତୃପକ୍ଷ କୁହାଯାଏ । ଏହି ମାସରେ ପଡୁଥିବା ଅମାବାସ୍ୟାରେ ପିତୃ ପୁରୁଷଙ୍କୁ ପ୍ରଶନ୍ନ କରିବା ପାଇଁ ବିଭିନ୍ନ ପ୍ରକାର ଦାନ ଧର୍ମ ଆଦି କରାଯାଏ । ଯାହାଫଳରେ ପିତୃପୁରୁଷଙ୍କ ଆର୍ଶିବାଦ ସର୍ବଦା ଆପଣଙ୍କ ଉପରେ ରହିବ । ଏଥିସହିତ ଜୀବନରେ ସୁଖ ସମୃଦ୍ଧି ସର୍ବଦା ଲାଗି ରହିବ ।

ଏହି ଦିନ ପଡୁଛି ପୌଷ ଅମାବାସ୍ୟା: ହିନ୍ଦୁ ଧର୍ମରେ ୨୦୨୨ ମସିହା ଡିସେମ୍ବର ୨୨ ତାରିଖ ସନ୍ଧ୍ୟା ୭ ଟା ବାଜି ୧୩ ମିନିଟରେ ପୌଷ୍ୟ ଅମାବାସ୍ୟା ଆରମ୍ଭ ହୋଇ ୨୩ ଡିସେମ୍ବର ୩ ଟା ୪୬ ମିନିଟରେ ଶେଷ ହେବ । ଏହି ସମୟ ମଧ୍ୟରେ ସ୍ନାନ , ଦାନ , ଧର୍ମ ଆଦି କରି ପାରିବେ । ଏଥିସହିତ ପିତୃପୁରୁଷଙ୍କୁ ପ୍ରଶନ୍ନ କରିବା ପାଇଁ ପୂଜା ମଧ୍ୟ କରିପାରିବେ । ତେବେ ଏପରି କରିବା ଦ୍ୱାରା ପିତୃପୁରୁଷଙ୍କ ଆର୍ଶିବାଦ ସର୍ବଦା ପରିବାର ଉପରେ ରହିଥାଏ । ଫଳରେ ଜୀବନରେ ଅନେକ ସଫଳତା ମିଳିବା ସହ ସୁଖ ସମୃଦ୍ଧି ଲାଗି ରହେ । ଏତତ୍ ବ୍ୟତୀତ ଅର୍ଥିକ ସ୍ଥିତି ମଧ୍ୟ ସୃଦୁଢ ହୋଇଥାଏ ।

ପୌଷ ଅମାବାସ୍ୟାର ପୂଜା ବିଦ୍ଧି: ଶାସ୍ତ୍ର ଅନୁସାରେ ଚଳିତ ବର୍ଷର ଶେଷ ଅମାବାସ୍ୟା ୨୨ ଡିସେମ୍ବରରେ ପଡୁଥିବା ବେଳେ ଏହି ଦିନ ପ୍ରତଃହ ସମୟରେ ନଦୀରେ ସ୍ନାନ କରିବା କରିବା ଜରୁରୀ । ଏହାପରେ ସଫା ବସ୍ତ୍ର ପରିଧାନ କରି ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଆବଶ୍ୟକ । ଏତତ୍ ବ୍ୟତୀତ ପିତୃପୁରୁଷଙ୍କୁ ପ୍ରଶନ୍ନ କରିବା ପାଇଁ ଓସ୍ତଗଛ ମୂଳରେ ଜଳ ଅର୍ପଣ କରି ଦୀପ ଜଳାନ୍ତୁ । ଏଥିସହିତ ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ , ବସ୍ତ୍ର, ଧନ ଆଦି ଦାନ କରନ୍ତୁ । ଏପରି କରିବା ଦ୍ୱାରା ପିତୃପୁରୁଷମାନେ ପ୍ରଶନ୍ନ ହୋଇଥାନ୍ତି ଏବଂ ତାଙ୍କର ।ର୍ଶିବାଦ କୃପା କରିଥାନ୍ତି ।

Get real time updates directly on you device, subscribe now.