fbpx

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ, ଫିକା ପଡ଼ିଲା ବାହାଘର ଭୋଜି

AAKASH

ଭଂଜନଗର: ଏକା ସାଙ୍ଗରେ ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କର ଜୀବନ। ମାମୁ ଘରକୁ ବାହାଘର ଭୋଜିରେ ଯୋଗ ଦେବାକୁ ଆସି ମୃତ୍ୟୁ ମୁଖରେ ପଡ଼ିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଂଜନଗର ପାକରଡ଼ା ଗାଁରେ।

ଦୁଇ ଭଉଣୀ ଖେଳୁଥିବା ସମୟରେ ଭୁଲ୍ ବଶତଃ ପାଇଖାନା ଟାଙ୍କି ଉପରକୁ ଚାଲିଯାଇଥିଲେ। ତେବେ ଦୁର୍ବଳ ଟାଙ୍କିଟି ଭୁଷୂଡ଼ି ପଡ଼ିବାରୁ ଦୁଇ ଭଉଣୀ ଟାଙ୍କି ଭିତରକୁ ଖସି ପଡିଥିଲେ ଏବଂ ଟାଙ୍କର ଘୋଡ଼ଣିଟି ସେମାନଙ୍କ ଉପରେ ପଡ଼ିଯାଇଥିଲା । ତେବେ ଅନେକ ସମୟ ପର୍ଯ୍ୟନ୍ତ ସେମାନଙ୍କର ପତ୍ତା ନମିଳିବାରୁ ପରିବାର ବହୁ ଖୋଜାଖୋଜି କରିବା ପରେ ପାଇଖାନା ଟାଙ୍କିରୁ ସେମାନଙ୍କୁ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରି ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାରେ ଦୁଇ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.