ଆମେରିକା ବୈଜ୍ଞାନିକଙ୍କ ବଡ଼ ସଫଳତା: ନିର୍ମାଣ କଲେ ‘ନକଲି ସୂର୍ଯ୍ୟ’: ଅସଲି ଠାରୁ ୧୦୦ ଗୁଣ ଅଧିକ ତାପମାତ୍ରା, ଏହାଦ୍ୱାରା ମଣିଷକୁ କି ଲାଭ ମିଳିବ
ନୂଆଦିଲ୍ଲୀ: କେତେ ଦଶକର ନିରନ୍ତର ପ୍ରୟାସ ପରେ ଆମେରିକୀୟ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ବୈଜ୍ଞାନିକମାନେ ‘ନକଲି ସୂର୍ଯ୍ୟ’ ନିର୍ମାଣ କରିଥିବା ନେଇ ଦେଶର ଶକ୍ତି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ବର୍ଷ ବର୍ଷ ଧରି ବୈଜ୍ଞାନିକମାନେ ଏହା ଉପରେ ରିସର୍ଚ୍ଚ ଚଳାଇଥିବା ବେଳେ ଡିସେମ୍ବର ମାସ ୧୩ ତାରିଖରେ ତାହା ବାସ୍ତବ ରୂପ ନେଇଥିଲା ।
ତେବେ ଏହି ନକଲି ସୂର୍ଯ୍ୟର ତାପମାତ୍ରା ଅସଲି ସୂର୍ଯ୍ୟଠାରୁ ୧୦୦ ଗୁଣ ଅଧିକ ରହିବ । ଏଥିସହିତ ଲୋକଙ୍କୁ ଶକ୍ତି କ୍ଷେତ୍ରରେ ଅନେକ ଫାଇଦା ମିଳିବ । ଏହା ମାଧ୍ୟମରେ ଭବିଷ୍ୟତରେ ଲୋକଙ୍କୁ ସଫାସୁତୁରା, ପ୍ରଦୂଷଣ ମୁକ୍ତ ଶକ୍ତି ଯୋଗାଣ, ଶସ୍ତା ଓ ସ୍ୱଚ୍ଛ ବିଜୁଳି ମିଳିବ । ଏ କ୍ଷେତ୍ରରେ ଆମେରିକା ନୂଆ ରେକର୍ଡ ସୃଷ୍ଟି କରିଥିବା ମିଶିଗନ ୟୁନିଭରସିଟିର ପରମାଣୁ ଇଞ୍ଜିନିୟରିଂର ଆସିଷ୍ଟାଣ୍ଟ ପ୍ରଫେସର କ୍ୟାରୋଲିନ କୁରଞ୍ଜନ କହିଛନ୍ତି ।
ଗତ ୫ ତାରିଖରେ ନ୍ୟାସନାଲ ଇଗ୍ନିଶନ ଫ୍ୟାସିଲିଟି ପକ୍ଷରୁ ୨୦ ଲକ୍ଷ ଜୁଲ ଲେଜର ବିଶିଷ୍ଟ ଉର୍ଜା ୧୫ ମିନିଟରେ ସୃଷ୍ଟି କରାଯାଇଥିଲା । ଏହାପରେ ଏହି ଉର୍ଜା ବୃଦ୍ଧି ପାଇଁ ୩୦ ଲକ୍ଷ ଜୁଲରେ ପହଞ୍ଚି ଯାଇଥିଲ । ଗତ ୨୦୨୧ ଅଗଷ୍ଟ ମାସରେ ସେଠାରୁ ୦.୭ ଲାଭ ମିଳୁଥିଲା । ଗତ ରେକର୍ଡକୁ ଚଳିତ ଥର ପାର କରି ପାଖାପାଖି ୧.୫ ଲାଭ ହାସଲ କରିଛି ।
ନ୍ୟୁକ୍ଲିୟର ଫ୍ୟୁଜଜ କ୍ଷେତ୍ରରେ ସକାରାତ୍ମକ ପରିଣାମ ହାସଲ ନେଇ ବୈଜ୍ଞାନିକମାନେ ଦଶନ୍ଧି ଦଶନ୍ଧି ପୂର୍ବରୁ ବର୍ଷ ପୂର୍ବରୁ ପ୍ରୟାସ ଜାରି ରଖିଥିଲେ । ୧୯୬୦ରେ ଲେଜରର ଆବିଷ୍କାର ହୋଇଥିଲା । ଗତ ୨୦୦୯ରେ ଆମେରିକାର ନ୍ୟାସନାଲ ଇଗ୍ନେଶନ ଫ୍ୟାସିଲିଟିର ନିର୍ମାଣ ସମାପ୍ତ ହୋଇଥିଲା, ସେଥିରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲେଜର ସୁବିଧା ରହିଥିଲା । ସେଥିରେ ୧୦ ଲକ୍ଷ ଜୁଲ ଉର୍ଜା ପହଞ୍ଚିବା ନେଇ ସକ୍ଷମ ଥିଲା । ମାତ୍ର ଆଜି ଏହା ୨୦ ଲକ୍ଷ ଜୁଲ ଉର୍ଜା ସୃଷ୍ଟି କରିପାରୁଛି ।