fbpx

ଦୈନିକ ୩ ମିନିଟ ବ୍ୟାୟାମ କରନ୍ତୁ, କମିଯିବ ୪୦ ପ୍ରତିଶତ ମୃତ୍ୟୁ ଆଶଙ୍କା! କ୍ୟାନସର, ରକ୍ତଚାପ, ବ୍ଲଡ ଶୁଗର, କୋଲେଷ୍ଟରଲ, ମୋଟାପା ହ୍ରାସ ପାଇବ- ରିସର୍ଚ୍ଚ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବବର୍ଗଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ବିମାରୀ ଦେଖିବାକୁ ମିଳୁଛି । ଏପରିକି ଅନେକ ଯୁବକଙ୍କ ବ୍ୟାୟାମକୁ ନେଇ ମଧ୍ୟ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନିୟମିତ ବ୍ୟାୟାମ କରିବା ଆମର ସ୍ୱାସ୍ଥ୍ୟ ପାଇଁ ଓ ଦୀର୍ଘାୟୁ ରହିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ମାତ୍ର ଅନେକ ବ୍ୟକ୍ତି କସରତ କରିବା ପାଇଁ ଆଦୌ ସମୟ ପାଆନ୍ତି ନାହିଁ ।

ତେବେ ରିସର୍ଚ୍ଚ ମୁତାବକ, ସୁସ୍ଥ ରହିବା ପାଇଁ ଆପଣଙ୍କୁ ଅଧିକ ସମୟ ଧରି ବ୍ୟାୟାମ କରିବାର ଆବଶ୍ୟକତା ନାହିଁ । ଯଦି ଜଣେ ବ୍ୟକ୍ତି ସାରା ଦିନରେ ଅତିକମରେ ୩/୪ ମିନିଟର ବ୍ୟାୟାମ କରନ୍ତି, ତେବେ ସମୟ ପୂର୍ବରୁ ଆସୁଥିବା ମୃତ୍ୟୁ ଆଶଙ୍କାକୁ ବହୁ ମାତ୍ରାରେ କମ୍ କରାଯାଇ ପାରିବ । ୟୁକେ ବାୟୋବ୍ୟାଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ୨୫,୨୪୧ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଅନେକ ସପ୍ତାହକ ମଧ୍ୟରେ ଥରୁଟିଏ ବି ବ୍ୟାୟାମ କରୁନଥିଲେ । ଏ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ପାଖାପାଖି ୫୬ ପ୍ରତିଶତ ରହିଥିବା ବେଳେ ସେମାନଙ୍କର ବୟସ ହାର ୬୨ ବର୍ଷ ରହିଥିଲା ।

ପ୍ରତିଯୋଗୀଙ୍କ ସାରା ଦିନର ଗତିବିଧି ଉପରେ ନଜର ରଖିବା ପାଇଁ ସେମାନଙ୍କୁ ଫିଟନେସ ଟ୍ରାକର, ସ୍ମାର୍ଟ ୱାଚ ଆଦି ପିନ୍ଧିବାକୁ ଦିଆଯାଇଥିଲା । ଏହାପରେ ସାତବର୍ଷର କ୍ଲିନିକାଲ ରେକର୍ଡକୁ ଅନୁଧ୍ୟାନ କରାଯାଇ କାହାର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଦେଖାଯାଇଥିଲା । ତେବେ ଦୈନିକ ୩-୪ ମିନିଟର ଛୋଟ ବ୍ୟାୟାମ ଦ୍ୱାରା ବିଭିନ୍ନ କାରଣରୁ ହେଉଥିବା ଅକାଳ ମୃତ୍ୟୁକୁ ୪୦ ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି ଜଣାପଡ଼ିଥିଲା । ଏଥିସହିତ ଏହା ହୃଦରୋଗର ଆଶଙ୍କାକୁ ୪୯ ପ୍ରତିଶତ କରି କରିପାରେ ବୋଲି ଜଣାପଡ଼ିଥିଲା । ୧୦-୩୦ ମିନିଟର ଛୋଟ ବ୍ୟାୟାମ, ବ୍ଲଡ ଶୁଗର, କୋଲେଷ୍ଟରଲ, ବ୍ଲଡପ୍ରେସର ଓ ମୋଟାପାକୁ ନିୟନ୍ତ୍ରଣ କରିବା ସହ କ୍ୟାନ୍ସର ଓ ହୃଦୟରୋଗର ଆଶଙ୍କା କମ୍ କରୁଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.