fbpx

ଓଲା ଇଲେକ୍ଟ୍ରିକ୍ ସ୍କୁଟର ମିଳିବ ଜବରଦସ୍ତ ରିହାତି ଏବଂ କ୍ୟାସବ୍ୟାକ୍, ଆସନ୍ତାକାଲି ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ସଞ୍ଚୟ

ନୂଆଦିଲ୍ଲୀ: ବିଦ୍ୟୁତ ଯାନ(ଇଭି) ନିର୍ମାତା ଓଲା ଇଲେକ୍ଟ୍ରିକ୍ ବର୍ଷ ଶେଷରେ ଏହାର S1 ଏବଂ S1 ପ୍ରୋ ସ୍କୁଟର ଉପରେ ଆକର୍ଷଣୀୟ ଅଫର ଦେଇଛି। ଯେଉଁଥିରେ ୧୦,୦୦୦ ଟଙ୍କା ରିହାତି ମଧ୍ୟ ସାମିଲ କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୮ ରବିବାର, କମ୍ପାନୀ ଏହାର ସମସ୍ତ ବିକ୍ରୟ କେନ୍ଦ୍ରରେ ‘ଓଲା ହାଇପର ରବିବାର’ ଅଫର ଘୋଷଣା କରିଛି। ଏହି ଅଫର ଅନୁଯାୟୀ ଗ୍ରାହକମାନେ ଓଲା ଇଲେକ୍ଟ୍ରିକ୍ ସ୍କୁଟର S1 ପ୍ରୋ ମଡେଲ କିଣିବାରେ ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ଓଲା ହାଇପର ରବିବାର ଅଫରର ଲାଭ କିପରି ପାଇବେ।

ଓଲାର ଇଲେକ୍ଟ୍ରିକ୍ ସ୍କୁଟରର S1 ପ୍ରୋ ଭାରିଆଣ୍ଟରେ ୧୦,୦୦୦ ଟଙ୍କା ରିହାତି ବ୍ୟତୀତ କମ୍ପାନୀ ବର୍ତ୍ତମାନ ଗ୍ରାହକମାନଙ୍କୁ S1 ପ୍ରୋ କ୍ରୟ ଉପରେ ୪୦୦୦ଟଙ୍କା ଏବଂ ଇ-ସ୍କୁଟର S1 କ୍ରୟ ଉପରେ ୨,୦୦୦ ଟଙ୍କା କ୍ୟାସବ୍ୟାକ୍ ପ୍ରଦାନ କରୁଛି। ଆସନ୍ତାକାଲି, ରବିବାର, ଡିସେମ୍ବର ୧୮, ୨୦୨୨, ସକାଳ ୯ ଟାରୁ ରାତି ୯ ଟା ପର୍ଯ୍ୟନ୍ତ, ଦେଶର ସମସ୍ତ ପ୍ରାଧିକୃତ ଓଲା ବିକ୍ରୟ କେନ୍ଦ୍ରରୁ ଇ-ସ୍କୁଟର କ୍ରୟ ଉପରେ ଗ୍ରାହକମାନେ ଏହି ଅଫରର ଲାଭ ଉଠାଇ ପାରିବେ। ଓଲା ପରି ବର୍ଷର ଶେଷ ମାସରେ ହୋଣ୍ଡା ମୋଟରସାଇକେଲ କମ୍ପାନୀ ମଧ୍ୟ ହୋଣ୍ଡା CB300F ବାଇକରେ ୫୦,୦୦୦ ଟଙ୍କା ରିହାତି ପ୍ରଦାନ କରୁଛି।

ସମ୍ପ୍ରତି, ଓଲା ଇଲେକ୍ଟ୍ରିକ୍ ଏହାର ଉତ୍ପାଦ ପୋର୍ଟଫୋଲିଓରେ S1 ଏୟାର, S1 ଏବଂ S1 ପ୍ରୋ ଇ-ସ୍କୁଟର ଅଛି। କମ୍ପାନୀ ଦାବି କରିଛି ଯେ S1 ଏୟାର ଇଭି ୧୦୧ କିଲୋମିଟର, S1 EV ୧୪୧ କିଲୋମିଟର ଏବଂ ଗୋଟିଏ ଚାର୍ଜରେ S1 ପ୍ରୋ ଇ-ସ୍କୁଟର ୧୮୧ କିଲୋମିଟର ଅତିକ୍ରମ କରିବ। ତେବେ ମୂଲ୍ୟ ବିଷୟରେ କହିବାକୁ ଗଲେ, ଓଲା ଇଲେକ୍ଟ୍ରିକ୍ ର ଇଭି S1 ଏୟାରର ଏକ୍ସ-ସୋରୁମ୍ ମୂଲ୍ୟ ୮୪,୯୯୯ ଟଙ୍କା, S1 ଇ-ସ୍କୁଟରର ଏକ୍ସ-ସୋରୁମ୍ ମୂଲ୍ୟ ୯୯,୯୯୯ ଟଙ୍କା ଏବଂ S1 ପ୍ରୋ ର ଏକ୍ସ-ସୋରୁମ୍ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ରହିଛି।

 

Get real time updates directly on you device, subscribe now.