fbpx

Video: ବିଜୁଳି ଖୁଣ୍ଟ ଉପରେ ଚଢି କଲେ ଭିଡିଓ କଲ୍ ; କହିଲେ ପୂଜା ‘I love you’

ନୂଆଦିଲ୍ଲୀ: ଅନେକ ସମୟରେ ଲୋକମାନେ ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ନିଜ ପ୍ରେମିକାକୁ ଖୁସି କରିବା, ତାଙ୍କୁ ବୁଲାଇବାକୁ ନେବା, ତାଙ୍କ ପସନ୍ଦର ଜିନିଷ କିଣିବା ଏବଂ ବେଳେବେଳେ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇବା ପାଇଁ ପଛାନ୍ତି ନାହିଁ । ନିକଟରେ ଏହାର ଏକ ଉଦାହରଣ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ବ୍ୟକ୍ତି ବିପଜ୍ଜନକ ଭାବେ ବିଜୁଳି ଖୁଣ୍ଟ ଉପରକୁ ଚଢି ଯାଇଥିଲେ । ଏହା ପରେ ଯାହା ଘଟିଥିଲା ତାହା ଭାଇରାଲ ହେବାରେ ଲାଗିଛି ।

ବାସ୍ତବରେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜଣେ ୟୁଜର ଏହାକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ଦେଖାଯାଉଛି ଯେ ଏହି ବ୍ୟକ୍ତି ଜଣଙ୍କ ଏକ ବିଜୁଳି ଖୁଣ୍ଟ ଉପରେ ଚଢି ଯାଇଛନ୍ତି ଏବଂ ବିଦ୍ୟୁତ ଖୁଣ୍ଟର ଉଭୟ ପାର୍ଶ୍ୱରେ ବିପଜ୍ଜନକ ତାର ରହିଛି । ଏହି ସମୟରେ ତାଙ୍କ ହାତରେ ଏକ ମୋବାଇଲ୍ ଫୋନ୍ ଦେଖାଯାଉଛି ଏବଂ ସେ ସେହି ଫୋନକୁ ତାଙ୍କ ମୁହଁ ସାମ୍ନାରେ ରଖିଛନ୍ତି । ଅନୁମାନ କରାଯାଇଛି ଯେ ସେ ଭଏସ୍ କଲ କିମ୍ବା ଭିଡିଓ କଲରେ ଅଛନ୍ତି ।

ଏହା ପରେ ହଠାତ୍ ସେ ଜୋରରେ ପାଟି କରିବାକୁ ଲାଗିଲେ ଏବଂ କହିଲେ ପୂଜା ଆଇ ଲଭ୍ ୟୁ, ପୂଜା ଆଇ ଲଭ୍ ୟୁ । ତେବେଏହି ଭିଡିଓଟି ବହୁତ କମ୍ ସମୟର ହୋଇଥିଲେ ମଧ୍ୟ ଏହି ବ୍ୟକ୍ତି ନିଜ ପ୍ରେମିକାଙ୍କ ପ୍ରତି ନିଜର ଭଲ ପାଇବାକୁ ପ୍ରକାଶ କରୁଛନ୍ତି ଏବଂ ନିଜ ଜୀବନକୁ ବିପଦରେ ପକାଇଛନ୍ତି । ଏହି ଭିଡିଓ ପୋଷ୍ଟ ହେବା ମାତ୍ରେ ଖୁବ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓଟି କେଉଁ ସମୟର ଏବଂ କେଉଁଠାରୁ ଆସିଛି ତାହା ନିଶ୍ଚିତ ହୋଇନାହିଁ । କିନ୍ତୁ ଲୋକମାନେ ଏହି ଭିଡିଓରେ ନିଜର କମେଣ୍ଟ ଦେଉଛନ୍ତି । କିଛି ଉପଭୋକ୍ତା ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଏଭଳି ଜୀବନ ପ୍ରତି ବିପଦ ଆଣିବା ଠିକ୍ ନୁହେଁ ।

Get real time updates directly on you device, subscribe now.