ଭୁବନେଶ୍ୱର: ମହାନ ବିପ୍ଲବୀ ଚକରା ବିଷୋୟୀଙ୍କ ୨୦୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଏକ ନାଟକ ମଞ୍ଚସ୍ଥ ହେବାକୁ ଯାଉଛି । ଏହି ଜୟନ୍ତୀ ସମାରୋହ ଜାନୁଆରୀ ୨ ତାରିଖ ଦିନ ‘ସୂଚନା ଏବଂ ଲୋକସମ୍ପର୍କ ବିଭାଗ’ ପକ୍ଷରୁ ପାଳନ କରାଯିବ ବୋଲି ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ୫.୩୦ ମିନିଟ ସମୟରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ସଭାରେ ଓଡ଼ିଶାର ମାନ୍ୟବର ବାଚସ୍ପତିଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦାନ କରିବେ । ସଭା ଶେଷରେ ଚକରା ବିଶୋୟୀଙ୍କ ଜୀବନ ଉପରେ ଆଧାରିତ ନାଟକ ‘ମୁଁ ଚକରା କହୁଛି’ ମଞ୍ଚରେ ପରିବେଷଣ କରାଯିବ ।
ମହାନ୍ ବିପ୍ଲବୀ ଚକରା ବିଷୋୟୀଙ୍କ ୨୦୦ତମ ରାଜ୍ଯସ୍ତରୀୟ ଜୟନ୍ତୀ ଜାନୁଆରୀ ୨ ତାରିଖ ଦିନ @IPR_Odisha ପକ୍ଷରୁ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ୫.୩୦ରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ମାନ୍ୟବର ବାଚସ୍ପତିଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦାନ କରିବେ। pic.twitter.com/KpdTcIl3uE
— I & PR Department, Odisha (@IPR_Odisha) January 1, 2023
ମହାନ ସ୍ୱାଧୀନତା ସଂଗ୍ରାମୀ ଚକରା ବିଶୋୟୀଙ୍କ ଜୟନ୍ତୀ ଅବସରରେ ଏହି ଶୀର୍ଷକ ନାଟକଟି ମଞ୍ଚସ୍ତ ହେବ । ଆସନ୍ତା ଜାନୁଆରୀ ୨ ତାରିଖରେ ଜୟଦେବ ଭବନରେ ଏହି ନାଟକଟି ସନ୍ଧ୍ୟା ୭.୦୦ଟା ସମୟରେ ଆୟୋଜିତ ହେବ । ଏହି ନାଟକର ରଚୟିତା ମନ୍ମଥ କୁମାର ଶତପଥୀ ରହିଥିଲାବେଳେ ଏହାର ନିର୍ଦ୍ଦେଶନା ଦିନେଶ ଦାସ ଦେଇଛନ୍ତି ।