fbpx

କୋଟି କୋଟି ଗ୍ରାହକଙ୍କ ପାଇଁ ନିୟମ ବଦଳାଇଲା SBI ଓ HDFC ବ୍ୟାଙ୍କ: ନଜାଣିଲେ ହୋଇଯିବ ବଡ଼ କ୍ଷତି

ନୂଆଦିଲ୍ଲୀ: ଯଦି ଆପଣଙ୍କର ଆକାଉଣ୍ଟ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) କିମ୍ବା ଏଚଡିଏଫସି ବ୍ୟାଙ୍କରେ ଅଛି ଏବଂ ଆପଣଙ୍କ ପାଖରେ ମଧ୍ୟ ସମ୍ପୃକ୍ତ ବ୍ୟାଙ୍କଗୁଡିକର କ୍ରେଡିଟ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଭୟ ବ୍ୟାଙ୍କ ୧ ଜାନୁଆରୀ ୨୦୨୩ ରୁ କ୍ରେଡିଟ କାର୍ଡ ସହ ଜଡିତ ନିୟମ ପରିବର୍ତ୍ତନ କରିଛନ୍ତି । ଏହା ଅଧୀନରେ ଗ୍ରାହକମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ଲାଭ ଏବଂ ସୁବିଧା ଯୋଗାଇବା ଲକ୍ଷ୍ୟ ରଖାଯାଇଛି । କ୍ରେଡିଟ୍ କାର୍ଡ ବ୍ୟବହାରରେ ଉପଲବ୍ଧ ରିୱାର୍ଡ ପଏଣ୍ଟ ପଲିସିରେ ଏକ ପରିବର୍ତ୍ତନ କରାଯାଇଛି ।

ରେଣ୍ଟରେ ଲାଗଯାଉଥିବା ଶୁଳ୍କର ନିୟମରେ ପରିବର୍ତ୍ତନ :-
ଅତୀତରେ କ୍ରେଡିଟ୍ କାର୍ଡ ମାଧ୍ୟମରେ ଭଡା ପ୍ରଦାନ ପାଇଁ ଦେୟ ନିୟମରେ ମଧ୍ୟ ଏକ ପରିବର୍ତ୍ତନ କରାଯାଇଛି । ୧ ଜାନୁଆରୀ ୨୦୨୩ ରୁ ଉଭୟ ବ୍ୟାଙ୍କ ନୂଆ ନିୟମ ଲାଗୁ କରିଛନ୍ତି । ପ୍ରଥମେ ଆମେ ଆପଣଙ୍କୁ ଏଚଡିଏଫସି ବ୍ୟାଙ୍କର ନୂଆ ନିୟମ ସମ୍ବନ୍ଧୀୟ ସୂଚନା ବିଷୟରେ କହୁଛୁ । ବ୍ୟାଙ୍କ ପକ୍ଷରୁ କ୍ରେଡିଟ୍ କାର୍ଡ ଫିସ୍ ଏବଂ ରିୱାର୍ଡ ପଏଣ୍ଟ ପୋଗ୍ରାମରେ ପରିବର୍ତ୍ତନ କରାଯାଇଛିି । ଥାର୍ଡ ପାର୍ଟି ମର୍ଚେଣ୍ଟ ମାଧ୍ୟମରେ ଭଡ଼ା ଦେୟ ଉପରେ ସମୁଦାୟ ରାଶିର ୧ ପ୍ରତିଶତ ଦେବାକୁ ପଡିବ । ବ୍ୟାଙ୍କ ଅନୁଯାୟୀ, ଭଡା ଦେୟ ପାଇଁ ସମସ୍ତ କାର୍ଡରେ ରିୱାର୍ଡ ପଏଣ୍ଟ ଉପଲବ୍ଧ ହେବ ନାହିଁ । ଶିକ୍ଷା ସମ୍ବନ୍ଧୀୟ କାରବାରରେ ରିୱାର୍ଡ ପଏଣ୍ଟ ଉପଲବ୍ଧ ହେବ ନାହିଁ ।

ରିୱାର୍ଡ ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ :-
ଏଚଡିଏଫସି କାର୍ଡ ସହିତ ଯଦି ଆପଣ ଅନ୍ୟ ଦେଶକୁ ଯାଆନ୍ତି ଏବଂ ଭାରତରେ ଥିବା କୌଣସି ବ୍ୟବସାୟୀ ସହିତ ବା ଭାରତୀୟ ମୁଦ୍ରାରେ କାରବାରଭାରତୀୟ ମୁଦ୍ରାରେ କାରବାର କରନ୍ତି । କିନ୍ତୁ ଯଦି ସେ ବିଦେଶରେ ପଞ୍ଜୀକୃତ ହୁଅନ୍ତି, ତେବେ ଏକ ପ୍ରତିଶତ ଡାଏନାମିକ୍ ଏବଂ ଷ୍ଟାଟିକ୍ ରୂପାନ୍ତର ମାର୍କଅପ୍ ନିଆଯିବ । ହୋଟେଲ ଏବଂ ଟିକେଟ୍ ବୁକିଂ ଉପରେ ଏଚଡିଏଫସି ପକ୍ଷରୁ ରିୱାର୍ଡ ପଏଣ୍ଟ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛିି । ଏସବିଆଇ ପକ୍ଷରୁ ମଧ୍ୟ କ୍ରେଡିଟ୍ କାର୍ଡରେ ଉପଲବ୍ଧ ରିୱାର୍ଡ ପଏଣ୍ଟ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି ।

ଅନଲାଇନ୍ ଖର୍ଚ୍ଚରେ ୧୦ ଗୁଣା ରିୱାର୍ଡ ପଏଣ୍ଟ :-
ଏସବିଆଇ ଅନୁଯାୟୀ, ଇ-କମର୍ସ ୱେବସାଇଟରୁ ଅନଲାଇନ୍ ସପିଂରେ ପ୍ରାପ୍ତ ରିୱାର୍ଡ ପଏଣ୍ଟରେ ପରିବର୍ତ୍ତନ କରାଯାଇଛି । ଏସବିଆଇ କାର୍ଡ ପକ୍ଷରୁ BookMyShow, Cleartrip, Apollo 24X7, EazyDiner, Lenskart ଓ Netmedsରେ ଅନଲାଇନ୍ ଖର୍ଚ୍ଚ ଉପରେ ୧୦ଗୁଣା ରିୱାର୍ଡ ପଏଣ୍ଟ ପ୍ରଦାନ ଜାରି ରଖିବ । ଏସବିଆଇ ପକ୍ଷରୁ ପ୍ରଥମେ ୧୫ ନଭେମ୍ବର ୨୦୨୨ରୁ ପ୍ରୋସେସିଂ ଫିସର ଚାର୍ଜକୁ ସଂଶୋଧିତ କରାଯାଇଛି । ଏହା ବ୍ୟତୀତ ସମସ୍ତ ମର୍ଚେଣ୍ଟ ଇଏମଆଇ ଉପରେ ପ୍ରୋସେସିଂ ଫିସ୍ ୧୯୯ ଟଙ୍କା+ ଟ୍ୟାକ୍ସ କରାଯାଇଛି । ଏହି ଚାର୍ଜ ପୂର୍ବରୁ ୯୯ + ଟ୍ୟାକ୍ସ ଥିଲା ।

Get real time updates directly on you device, subscribe now.