fbpx

ଭାରତରେ ମଧ୍ୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ, ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ଭାରତରେ ପ୍ରାୟ ଏକ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରୁଛି । ବର୍ତ୍ତମାନ ବିଶ୍ୱରେ ଦେଖା ଦେଇଥିବା ଆର୍ଥିକ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି କମ୍ପାନୀ ବିଶ୍ୱ ସ୍ତରରେ ଏହାର ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରୁଥିବା ଘୋଷଣା କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହା କମ୍ପାନୀର ସବୁଠାରୁ ବଡ଼ ଛଟେଇ । ତେବେ ଭାରତରେ ହଜାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରୁଥିବା ଶୁକ୍ରବାର ନ୍ୟୁଜ୍ ଏଜେନ୍ସୀ ପିଟିଆଇ ରିପୋର୍ଟ କରିଥିଲା ।

ତେବେ ଅନ୍ୟ ଏକ ରିପୋର୍ଟରୁ ଜଣା ପଡିଛି ଯେ, ଭାରତର ଆମାଜନର ପ୍ରାୟ ଏକ ଲକ୍ଷ କର୍ମଚାରୀ ରହିଛନ୍ତି । ଏହି ଛଟେଇର ପ୍ରଭାବ କେବଳ ୧% କର୍ମଚାରୀଙ୍କ ଉପରେ ପଡିବ । ଖବର ଲେଖା ହେବା ପର୍ଯ୍ୟନ୍ତ ଆମାଜନ ଇଣ୍ଡିଆ ପକ୍ଷରୁ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ ।

ନିକଟରେ କମ୍ପାନୀର ସିଇଓ ଏଣ୍ଡି ଜେସୀ କମ୍ପାନୀ ସମଗ୍ର ବିଶ୍ୱରେ ୧୮ ହଜାର କର୍ମଚାରୀ ଛଟେଇ କରୁଥିବା ସୂଚନା ଦେଇଥିଲେ । ନଭେମ୍ବରରେ ସେ କହିଥିଲେ ଯେ, ଆମେ ଚିନ୍ତା କରୁଛି କି ନଭେମ୍ବର ପରେ ଆମର ୧୮ ହଜାରରୁ ଅଧିକ ପଦବୀ ଶେଷ କରିବାକୁ ଯୋଜନା କରୁଛୁ ।

Get real time updates directly on you device, subscribe now.