ବାରରେ ଭଙ୍ଗାରୁଜା: ୩୪ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଏକ ବାରରେ କିଛି ଦୁବୃତ୍ତ ଭଙ୍ଗାରୁଜା କରିଛନ୍ତି । ଫଳରେ ଘଟଣାରେ ସମ୍ପୃକ୍ତ ଥିବା ୩୪ ଜଣଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିଛି । ଏଥିସହିତ ଏହି ଭଙ୍ଗାରୁଜା ପାଇଁ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ବସ୍ କୁ ମଧ୍ୟ ପୋଲିସ ଜବତ କରିଛି । ଏତତ୍ ବ୍ୟତୀତ ଏହି ଘଟଣାରେ ସମ୍ପକୃଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଥିବା ଜଣାପଡିଛି ।

ତେବେ ଚନ୍ଦ୍ରଶେଖରପୁର ବାରରେ ଯେଉଁ ଭଙ୍ଗାରୁଜା ହୋଇଛି ସେଥିରେ ଇଂଜିନିୟରିଂ , ଏମବିଏ ଛାତ୍ରଙ୍କ ସମୃକ୍ତି ଥିବା ଏସପି ସୂଚନା ଦେଇଛନ୍ତି । ବାରରେ ଏହି ଭଙ୍ଗାରୁଜା କାହିଁକି ହୋଇଛି ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.