ଦ୍ୱିତୀୟ ଦିନିକିଆ: ବୋଲର ଦେଖାଇଲେ ଦମ୍‌, ଭାରତ ଆଗରେ ବିଜୟ ଲକ୍ଷ୍ୟ ୨୧୬

କୋଲକାତା: ଭାରତ ଶ୍ରୀଲଙ୍କା ମଧ୍ୟରେ ଚାଲୁଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳାଯାଉଛି । ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ଅଧିନାୟକ ଦଶୁନ୍ ସନକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ଶ୍ରୀଲଙ୍କା ମାତ୍ର ୨୧୫ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଶ୍ରୀଲଙ୍କା ବ୍ୟଟ୍ସମ୍ୟାନ୍ ସମ୍ପୁର୍ଣ୍ଣ ୫୦ ଓଭର ମଧ୍ୟ ଖେଳି ପାରି ନଥିଲେ ।

ଭାତୀୟ ବୋଲରମାନେ ଶ୍ରୀଲଙ୍କାକୁ ୩୯ ଓଭର ୪ଟି ବଲ୍‌ରେ ଅଲଆଉଟ କରି ଦେଇଥିଲେ । ନୁବାନୁଡୁ ଫର୍ଣ୍ଣାଡୋ ଶ୍ରୀଲଙ୍କା ପାଇଁ ସର୍ବାଧିକ ୫୦ ରନ୍ ସ୍କୋର କରିଥିଲେ । ଅନ୍ୟପଟେ ଭାରତ ପାଇଁ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ୩ଟି ଲେଖାଏଁ ଉଇକେଟ୍ ପାଇଥିଲେ ।

Get real time updates directly on you device, subscribe now.