fbpx

ଚାଉଳବସ୍ତା ଚାପି ହୋଇ ଅଘଟଣ: ୨ମୃତ

ନୟାଗଡ଼: ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟଜଣେ ବଡ଼ମ୍ବା ଅଞ୍ଚଳର ବୋଲି ଜଣାପଡ଼ିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ମା ମଙ୍ଗଳା ରାଇସ୍ ମିଲ୍ ରେ ଏପରି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ରାଇସ ମିଲ୍ ରେ ଏହି ଦୁଇଜଣ ଷ୍ଟକୟାର୍ଡରେ ଚେକିଂ କରୁଥିଲେ । ଚେକିଂ ସମୟରେ ଏହି ୨ଜଣଙ୍କ ଉପରେ ହଠାତ ଚାଉଳ ବସ୍ତା ଗୁଡ଼ିକ ପଡ଼ିଯାଇଥିଲା । ଫଳରେ ୨ଜଣ ଚାଉଳବସ୍ତା ତଳେ ଚାପି ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲା ତିରିସିଙ୍ଗ ଅଂଚଳର ରାମେଶ୍ୱର ଦିହୁଡ଼ି ହୋଇଥିବା ବେଳେ ଅନ୍ୟଜଣେ ବଡ଼ମ୍ବା ଅଂଚଳର ପ୍ରମୋଦ ମହାରଣା ବୋଲି ଜଣାପଡ଼ିଛି ।

ଘଟଣାସ୍ଥଳରେ ପୋଲିସ ପହଁଚି ଚାଉଳବସ୍ତା ତଳୁ ମୃତ ଶରୀର ଉଦ୍ଧାର କରିଥିବା ବେଳେ ମିଲ୍ ମାଲିକଙ୍କୁ ପଚରାଉଚରା ଚାଲିଛି । ଏହାସହ ପୋଲିସ ନିଜର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.