fbpx

ଗୁଜରାଟ ଦଙ୍ଗା ଉପରେ ପ୍ରସ୍ତୁତ BBC ଡକ୍ୟୁମେଣ୍ଟାରୀ ପ୍ରପାଗଣ୍ଡା ଏବଂ ଏକ ଉପନିବେଶ ମାନସିକତା ଦ୍ୱାରା ପ୍ରସ୍ତୁତ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ଏକ ପ୍ରଚାରଧର୍ମୀ ବୋଲି କହିଛନ୍ତି କେନ୍ଦ୍ର ସରକାର। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଏହି ‘ଡକ୍ୟୁମେଣ୍ଟାରୀ ହେଉଛି ଏଜେନ୍ସି ଉପରେ ଏକ ପ୍ରତିଫଳନ ଯାହା ଏହାକୁ ପ୍ରସ୍ତୁତ କରିଛି – ଏହା ଏକ ପ୍ରଚାର ପ୍ରସାର, ପକ୍ଷପାତିତା ଏବଂ ଏକ ଉପନିବେଶବାଦୀ ମାନସିକତା ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏଭଳି ଚଳଚ୍ଚିତ୍ରକୁ ସରକାର ସମ୍ମାନ ଦେଇ ପାରିବେ ନାହିଁ।’

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ଏକ ନିର୍ଦ୍ଦିଷ୍ଟ କାହାଣୀକୁ ଆଗକୁ ବଢାଇବା ପାଇଁ ଏହା ବିଚ୍ଛିନ୍ନତାର ଏକ ଅଂଶ। ଆମେ ଏହା ଅନୁଭବ କରୁଛୁ। ଏହା ପଛରେ ଏକ ଏଜେଣ୍ଡା ଅଛି। ଉଲ୍ଲେଖନୀୟ କଥା ହେଉଛି, ଯେତେବେଳେ ମୋଦି ଗୁଜରାଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ, ସେଠାରେ ସେଠାରେ ଭୟଙ୍କର ଦଙ୍ଗା ହୋଇଥିଲା। ତେବେ ଏହି ମାମଲାରେ ତଦନ୍ତ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ନରେନ୍ଦ୍ର ମୋଦୀଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା । କମିଟିକୁ ମୋଦୀଙ୍କ ବିରୁଦ୍ଧରେ କୋଣସି ପ୍ରମାଣ ମିଳି ନଥିଲା ।

Get real time updates directly on you device, subscribe now.