fbpx

କମେଡି ସହିତ ସଙ୍ଗୀତର ତଡକା, ଆଜି ହସିବେ ଝୁମିବେ ଦର୍ଶକ

ଭୁବନେଶ୍ୱର:ଆଜି ହେଉଛି ଡଟ ଫେଷ୍ଟର ଷଷ୍ଠ ସନ୍ଧ୍ୟା । ଆଜି ଏଲ୍ ଓ ଏଲ୍ ଡଟ ଫେଷ୍ଟ ମଞ୍ଚରେ ଲୋକ ମାନଙ୍କୁ ହସରେ ବେଦମ କରାଇବେ ସୁନୀଲ ଗ୍ରୋଭର । ସୁନୀଲ ଗ୍ରୋଭରଙ୍କୁ ଟିଭି ପରଦାରେ ବହୁ ଲୋକ ପସନ୍ଦ କରନ୍ତି । ତାଙ୍କର ବହୁ ଫ୍ୟାନ୍ସ ଫଲୋଇଙ୍ଗସ ମଧ୍ୟ ରହିଛନ୍ତି । ଯାହା ଆଶା କରାଯାଉଛ ଆଜି ଡଟ ଫେଷ୍ଟରେ ତାଙ୍କୁ ଦେଖିବା ପାଇଁ ବହୁ ଭିଡ ଜମିବ । କାକର ରାତିକୁ ସୁନୀଲଙ୍କ କମେଡିରେ ଲୋକ ମତୁଆଲା ହେବେ ।

ଏହା ସହିତ ସଙ୍ଗୀତରେ ସୁରରେ ସନ୍ଧ୍ୟା ସଜାଇବେ ଶିଳ୍ପାରାଓ। ବଲିଉଡକୁ ଅନେକ ହିଟ ଗୀତର ଭେଟି ଦେଇଥିବା ଶିଳ୍ପାଙ୍କ ତାଲିକାରେ ସାମିଲ ଅଛି ବେସରମ ରଙ୍ଗ, କଳଙ୍କ, ମନମର୍ଜିୟା, ଘୁଙ୍ଗୁରୁ, ମଲଙ୍ଗ, ବୁଲେୟାଁ ଏହି ଭଳି ଅନେକ ସୁପର ହିଟ ଗୀତ ଗାଇଛନ୍ତି । ଯାହା ଆଶା କରାଯାଉଛି ତାଙ୍କ ସଙ୍ଗୀତ ଶୁଣିବା ପାଇଁ ଆଜି ବହୁ ଭିଡ ଦେଖିବାକୁ ମିଳିବ । ଏହା ସହିତ ଶଶାଙ୍କ ମଧ୍ୟ ଆଜି ନିଜର ଦମଦାର ପ୍ରଦର୍ଶନ କରିବେ ।

ସୂଚନାମୁତାବକ ଓଡିଶାରେ ହକି ଫିବର ଚାଲିଥିବା ବେଳେ ଦର୍ଶକଙ୍କୁ ସବୁ ପ୍ରକାରର ମନୋରଞ୍ଜନର ଭେଟି ଦେବାକୁ ବିଏମସି ଆଉ ବିଡିଏ ତରଫରୁ ଭର ପୂର ପ୍ରୟାଶ କରାଯାଉଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ସୁସଜ୍ଜିତ ଆଲୋକରେ ପୂରା ଭୁବନେଶ୍ୱର ଝଲସୁଛି । ଏହା ସହିତ ଭଳି କି ଭଳି ଖାଦ୍ୟଷ୍ଟଲରେ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି । ସନ୍ଧ୍ୟା ଯେତେ ପାଖେଇ ଆସୁଛି ଲୋକଙ୍କ ଗହଳି ମଧ୍ୟ ସେହି ଅନୁସାରେ ବଢ଼ିବାକୁ ଲାଗୁଛି ।

Get real time updates directly on you device, subscribe now.