fbpx

ରିଲାଏନ୍ସ ଜିଓର ଲାଭ ୨୮% ବୃଦ୍ଧି, ୪,୬୩୮ କୋଟି ଲାଭ, ଜାଣନ୍ତୁ କମ୍ପାନୀର ଖର୍ଚ୍ଚ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓର ନିଟ୍ ଲାଭ ବୃଦ୍ଧି ପାଇଛି। ଏହି ସମୟରେ ଏହା ୨୮.୩ ପ୍ରତିଶତ ବୃଦ୍ଧି ହୋଇ ୪,୬୩୮ କୋଟିରେ ପହଞ୍ଚିଛି। କମ୍ପାନୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ରିଲାଏନ୍ସ ଜିଓ ଷ୍ଟକ୍ ମାର୍କେଟକୁ କହିଛି ଯେ ଗତ ଆର୍ଥିକ ବର୍ଷର ୨୦୨୧-୨୨ ର ସମାନ ତ୍ରୈମାସରେ ଏହା ୩,୬୧୫ କୋଟି ଟଙ୍କା ଥିଲା।

ଏହି ସମୟରେ କମ୍ପାନୀର ସାମଗ୍ରିକ ନିଟ୍ ଲାଭ, ୬ ୪,୬୩୮ କୋଟିରେ ବୃଦ୍ଧି ପାଇଛି। ଡିସେମ୍ବର ତ୍ରୈମାସରେ ବ୍ୟବସାୟିକ ରାଜସ୍ୱ ୨୨,୯୯୮ କୋଟି ଟଙ୍କା ଥିଲା। ଏହାପୂର୍ବରୁ ସେପ୍ଟେମ୍ବର ତ୍ରୈମାସରେ ଏହା ୪,୫୧୮ କୋଟି ଟଙ୍କା ଥିଲା। ଅର୍ଥାତ୍ ଏହା ବର୍ଷକୁ ୧୮.୮୭% ବୃଦ୍ଧି ପାଇଛି।

କମ୍ପାନୀ ଜାରି କରିଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ ରିଲାଏନ୍ସ ଜିଓର ଖର୍ଚ୍ଚ ଅକ୍ଟୋବରରୁ ଡିସେମ୍ବର ପର‌୍ୟ୍ୟନ୍ତ ବୃଦ୍ଧି ପାଇଛି। ଡିସେମ୍ବର ତ୍ରୈମାସରେ କମ୍ପାନୀର ମୋଟ ଖର୍ଚ୍ଚ ୧୬,୮୩୯ କୋଟି ଟଙ୍କା ଥିଲା। ଏହାପୂର୍ବରୁ ସେପ୍ଟେମ୍ବର ତ୍ରୈମାସରେ ଏହା ୧୬,୫୭୧ କୋଟି ଟଙ୍କା ଥିଲା। ଏଥି ସହିତ ଗତ ବର୍ଷ ଏହି ଅବଧିରେ କମ୍ପାନୀର ମୋଟ ଖର୍ଚ୍ଚ ୧୪,୬୫୫ କୋଟି ଟଙ୍କା ଥିଲା।

Get real time updates directly on you device, subscribe now.