fbpx

ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି; ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ଦଶପାଲ୍ଲା: ଆଉ କିଛି ଦିନ ପରେ ଆରମ୍ଭ ହେବ ବିଶ୍ୱର ସବୁଠାରୁ ବଡ ଯାତ୍ରା ରଥ ଯାତ୍ରା । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଆଜି ରଥ ଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରଥ କାଠ ପୁରୀକୁ ଯାଇଛି । ତେବେ ଏହି ରଥକାଠକୁ ମହାବୀର ମନ୍ଦିରରେ ପୂଜାଅର୍ଚ୍ଚନା କରିବା ପେର ଶ୍ରୀମନ୍ଦିରକୁ ପଠାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରଥ ଯାତ୍ରା ପାଇଁ ଆଜି ୩ଟି ଗାଡିରେ ରଥକାଠ ପଠାଯାଇଛି । ଯେଉଁଥିରେ ୧୦୪ ଖଣ୍ଡ କାଠ ଥିବା ଜଣାପଡିଛି । ତେବେ ସେଥିମଧ୍ୟରୁ ଅସନ କାଠ ୭୧ ଖଣ୍ଡ, ଧଉରା କାଠ ୩୩ ଖଣ୍ଡ ରହିଛି । ତେବେ ଏହିପରି ପର୍ଯ୍ୟାୟ କ୍ରମେ ପୁରୀକୁ ରଥ କାଠ ଆସିବ ବୋଲି ସୂଚନା ରହିଛି । ଏହାପରେ ଶ୍ରୀପଞ୍ଚମୀ ଦିନ ବିଧି ପୂର୍ବକ ତିନି ରଥର ରଥକାଠ ଅନୁକୂଳ ପୂଜା କରାଯିବ । ଏହିଦିନ ୩ଟି ୧୨ ଫୁଟିଆ ଧଉରା କାଠକୁ ପୂଜା କରାଯିବ।

ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ତେବେ ତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡର ଦଶପଲ୍ଲା ଜଙ୍ଗଲରୁ କାଠ ଆସିବାର ପରମ୍ପରା ଚାଲି ଆସିଛି। ଯେଉଁଥିପାଇଁ ଆଜିଠାରୁ ହିଁ ଶ୍ରୀକ୍ଷେତ୍ର ଚଳଞ୍ଚଳ ହୋଇଛି ।

Get real time updates directly on you device, subscribe now.