fbpx

ଆମାଜୋନର ବମ୍ପର ସେଲ, ୧୦ ହଜାରରୁ ତଳକୁ ମିଳୁଛି ୫ଜି ଫୋନ

ନୂଆଦିଲ୍ଲୀ: ଆମାଜୋନରେ ରେବ୍ଲିକ୍ ସେଲ୍ ସରିଯାଇଛି, କିନ୍ତୁ ନୂଆ ସେଲ ଆରମ୍ଭ ହୋଇଯାଇଛି । ଇ-କମର୍ସ ପ୍ଲାଟଫର୍ମ ଉପରେ Smartphone Upgrade Days ସେଲ ଚାଲୁ ରହିଛି । ଏହି ସେଲ୍ସରେ ଫୋନ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । କେବଳ ଏତିକି ନୁହେଁ କୋଟାକ ବ୍ୟାଙ୍କ କାର୍ଡରେ ୧୦% ଇନଷ୍ଟାଣ୍ଟ ଡ଼ିସକାଉଣ୍ଟ ମିଳୁଛି ।

୨୧ ଜାନୁଆରୀରୁ ଆରମ୍ଭ ହୋଇ ୩୧ ତାରିଖରେ ଶେଷ ହେବ ଏହି ସେଲ । ଏହି ସେଲରେ ଆପଣଙ୍କୁ ବିଭିନ୍ନ ସ୍ମାର୍ଟଫୋନ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ମିଳିବ । ଯଦି ଆପଣ ଶସ୍ତାରେ ୫ଜି ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆମାଜୋନ ସେଲରେ ଆପଣ ୧୦ ହଜାର ଟଙ୍କାରେ ଆପଣଙ୍କ କାମ ହୋଇଯିବ । ତେବେ ଆସନ୍ତୁ ଜାଣିବା କିଛି ୫ଜି ଫୋନ ବିଷୟରେ ।

ଆପଣ ଯଦି ସବୁଠାରୁ ଶସ୍ତା ଫୋନ ଧରିବାକୁ ଚାହୁଁଛନ୍ତି ତେବେ Lava Blaze 5G ଫୋନ କିଣିପାରିବେ । MediaTek Dimensity 700 ଉପରେ ଏହା କାମ କରୁଥିବା ଏହି ସ୍ମାର୍ଟ ଫୋନ ୧୦ହଜାର ଟଙ୍କା ତଳକୁ ମିଳୁଛି । ପ୍ରକୃତରେ ଏହାର ମୂଲ୍ୟ ୧୦,୯୯୯ ଟଙ୍କା ହେଲେ ଡିସ୍କାଉଣ୍ଟ ହୋଇ ଆପଣଙ୍କୁ ଏହା ୯,୮୯୯ ଟଙ୍କାରେ ମିଳିବ ।

ଏହା ବ୍ୟତିତ, ଆପଣ Samsung Galaxy M13 5G ଫୋନକୁ ମଧ୍ୟ କିଣିପାରିବେ । ଏହି ସ୍ମାର୍ଟଫୋନ ଡିସ୍କାଉଣ୍ଟ ପରେ ୧୦,୭୪୯ ଟଙ୍କା ହୋଇଯିବ । Redmi 11 Prime 5G ମଧ୍ୟ ଏକ ଶସ୍ତା ବିକଳ୍ପ ଅଟେ । ଏହି ଫୋନକୁ ଆପଣ ଡିସ୍କାଉଣ୍ଟ ପରେ ୧୨,୭୪୯ ଟଙ୍କାରେ କିଣି ପାରିବେ । iQOO Z6 5G ସ୍ମାର୍ଟଫୋନ ସେଲରେ ୧୪,୪୯୯ ଟଙ୍କାରେ ମିଳୁଛି ।

Get real time updates directly on you device, subscribe now.