fbpx

ହକି ବିଶ୍ୱକପ: କ୍ଲାସିଫିକେସନ୍ ମ୍ୟାଚ୍‌ରେ ଭାରତର ବିପୁଳ ବିଜୟ, ୮-୦ରେ ଜାପାନ୍ ପରାସ୍ତ

ରାଉରକେଲା: ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍‌ର କ୍ଲାସିଫିକେସନ୍ ମ୍ୟାଚ୍‌ରେ ଭାରତ ଜାପାନ୍‌କୁ ଏକ ପାଖିଆ ୮-୦ ଗୋଲ୍‌ରେ ହରାଇଛି। ମ୍ୟାଚ୍ ଆରମ୍ଭରୁ ଦୁଇ ପକ୍ଷ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ପ୍ରଥମ କ୍ୱାଟରରେ କୌଣସି ଦଳ ଗୋଲ୍ କରିବାରେ ସକ୍ଷମ ହୋଇ ନଥିଲେ। କିନ୍ତୁ ଦ୍ୱିତୀୟ କ୍ୱାଟର ଆରମ୍ଭ ହେବା ପରେ ଭାରତୀୟ ଟିମ୍ ଗୋଲ୍ ବର୍ଷା ଆରମ୍ଭ କରିଥିଲା।

Image

ଭାରତକୁ ପ୍ରଥମ ଗୋଲ୍ ପେନାଲ୍ଟି କର୍ଣ୍ଣରୁ ମିଳିଥିଲା। ୩୩ ତମ ମିନିଟ୍‌ରେ ମନଦୀପ ସିଂ ଏହି ଗୋଲ୍ ସ୍କୋର କରିଥିଲେ। ଏହାପରେ ଭାରତ ଲଗାତାର ଗୋଲ୍ କରି ଚାଲିଥିଲା। ୩୬ ଓ ୪୪ ମିନିଟ୍‌ରେ ଅଭିଷେକ ଲଗାତାର ଦୁଇଟି ଗୋଲ୍ କରିଥିଲେ।

Image

ସେହିପରି ବିବେକ ପ୍ରସାଦ ୪୦ ମିନିଟ୍‌ରେ, ଅଧିନାୟକ ହରମନପ୍ରୀତ ସିଂ ୪୬, ୫୯ ଏବଂ ୫୯ ତମ ମିନିଟ୍‌ରେ ଅନ୍ୟତମ ଗୋଲ୍ ମନପ୍ରିତ ସିଂ ଏବଂ ଶେଷ ମିନିଟ୍‌ରେ ସୁଖଜୀତ ସିଂ ଦଳ ପାଇଁ ୮ ନମ୍ବର ଗୋଲ୍ କରିଥିଲେ।

Get real time updates directly on you device, subscribe now.