fbpx

ବିନା ପରୀକ୍ଷାରେ SBIରେ ମିଳିବ ଚାକିରି: ଗ୍ରାଜୁଏଟମାନଙ୍କ ପାଇଁ ଅଫିସର ପଦବୀରେ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସ୍ପେଶାଲ କ୍ୟାଡର ଅଫିସର ପଦ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏଠାରେ ପୋଗ୍ରାମର ମ୍ୟାନେଜର, କମାଣ୍ଡ ସେଣ୍ଟର ମ୍ୟାନେଜର ସମେତ ଅନେକ ପଦବୀ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ୟାଙ୍କରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆବେଦନକାରୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନରେ ଆରମ୍ଭ ହୋଇଯାଇଛି। ଇଚ୍ଛୁକ ପ୍ରାର୍ଥୀ ଏସବିଆଇର ଅଧିକାରିକ ୱେବସାଇଟ bank.sbi/careersକୁ ଯାଇ ଅନଲାଇନ ମୋଡରେ ଆବେଦନ କରି ପାରିବେ।

ଏସବିଆଇ ଜବ ନୋଟିଫିକେସନ ୨୦୨୩ ଅନୁଯାୟୀ, ଭିନ୍ନ ଭିନ୍ନ ପଦବୀ ଭର୍ତ୍ତି ପାଇଁ ଅନଲାଇନରେ ୨୦୨୩ ଜାନୁଆରି ୨୦ରୁ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ପ୍ରାର୍ଥୀ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ନିଜନିଜର ଆବେଦନ ଅନଲାଇନରେ ଜମା କରି ପାରିବେ। ତେବେ ଏହି ଆବେଦନ ପାଇଁ ବୟସ ସୀମା କେ‌ତେ ଓ ଅନ୍ୟ କ’ଣ ସବୁ ଆବଶ୍ୟକ ତାହା ନିମ୍ନରେ ପ୍ରଦତ୍ତ ରହିଛି।

ଖାଲିଥିବା ୯ଟି ପଦ ମଧ୍ୟରୁ ପ୍ରୋଗ୍ରାମ ମ୍ୟାନେଜର୍ ପାଇଁ ୪ଟି, ଟ୍ରାନ୍ସଫରମେସନ ପାଇଁ ଗୋଟିଏ, ମ୍ୟାନେଜର କ୍ବାଲିଟି ଆଣ୍ଡ ଟ୍ରେନିଂ ପାଇଁ ଗୋଟିଏ, କମାଣ୍ଡ ସେଣ୍ଟର ମ୍ୟାନେଜର ପାଇଁ ୩ଟି ପଦ ରହିଛି।

ଏଥିସହିତ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ବିସିଏ, ବିଏସସି ଓ ବିଟେକ ସାର୍ଟିଫିକେଟ ଥିବା ଆବଶ୍ୟକ। ସେହିପରି କମାଣ୍ଡ ସେଣ୍ଟର ମ୍ୟାନେଜର ପଦ ପାଇଁ ଟେକ୍ନିକାଳ ଫିଲ୍ଡରୁ ଗ୍ରାଜୁଏସନ କିମ୍ବା ପୋଷ୍ଟ ଗ୍ରାଜୁଏସନ ପାଇଥିବା ପ୍ରାର୍ଥୀ ଆବେଦନ କରି ପାରିବେ। ଏଥିସହିତ ଏଥିରେ ତିନିରୁ ପାଞ୍ଚବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ।

ସେହିପରି ପଦ ପାଇଁ ବୟସ ସୀମା ଭିନ୍ନଭିନ୍ନ ରହିଛି। ବିସି ପୋଷ୍ଟ ପାଇଁ ୫୦ବର୍ଷ, ପୋଗ୍ରାମ ମ୍ୟାନେଜର ପାଇଁ ୩୫ବର୍ଷ ଓ ମ୍ୟାନେଜର କ୍ବାଲିଟି ଓ କମାଣ୍ଡ ସେଣ୍ଟର ମ୍ୟାନେଜର ପାଇଁ ୪୦-୪୦ବର୍ଷରୁ ଅଧିକ ହେଲେ ପ୍ରାର୍ଥୀ ଆବେଦନ କରି ପାରିବେ ନାହିଁ।

Get real time updates directly on you device, subscribe now.