fbpx

ରାଜ୍ୟରେ ବଦଳୁଛି ପାଣିପାଗ, କମିଛି ଶୀତ ବଢୁଛି ତାତି

ଭୁବନେଶ୍ୱର: ରାଜ୍ୟରେ ବଦଳୁଛି ପାଣିପାଗ, କମିଛି ଶୀତ। ମାଘ ମାସରେ ବାଘୁଆ ଶୀତ ହେବା କଥା କିନ୍ତୁ ରାଜ୍ୟରୁ ଶୀତ ଏବେ ଗାଏବ ହେଉଛି। ଏହି ସମୟରେ ଖରା ମାଡ଼ି ଆସିଲାଣି। କିଛି ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪ ଡିଗ୍ରୀ ସେଲସିୟସ ଉପରେ ରହୁଛି ପାରଦ। ସେହିପରି ବିଭିନ୍ନ ସ୍ଥାନରେ ଦିନରେ ତାପମାତ୍ରା ବୃଦ୍ଧି ପାଉଛି । ୧୭ ସହରରେ ୩୨ ଡିଗ୍ରୀ ଉପରେ ରହିଥିଲା ଦିନ ତାପମାତ୍ରା । ଗତକାଲି ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଥିଲା ୩୨.୯ ଡିଗ୍ରୀ ସେଲସିୟସ୍‌ । ଆଗାମୀ ୪-୫ ଦିନରେ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ବାୟୁମଣ୍ଡଳରେ ସାମୁଦ୍ରିକ ବାୟୁର ପ୍ରଭାବ ନାହିଁ । ଏଥିପାଇଁ ରାଜ୍ୟରେ ତାପମାତ୍ରା ବଢୁଛି । ଦିନ ତାପମାତ୍ରା ଆଗକୁ ଆହୁରି ବଢ଼ିବ । ପୂର୍ବବର୍ଷ ଅପେକ୍ଷା ଏଥର ଅଧିକ ତାତି ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି ।

Get real time updates directly on you device, subscribe now.