fbpx

ଉଲ୍ଲେଖନୀୟ ସେବାପାଇଁ ଲୋକସେବା କନଭେନସନ ସେଣ୍ଟରରେ ୩୪ ଜଣଙ୍କୁ ପୁଲିସ ପଦକ ପ୍ରଦାନ

ରାଜ୍ୟର ୩୪ ଜଣ ପୁଲିସ୍‍ କର୍ମଚାରୀଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପୁଲିସ୍‍ ମେଡାଲ୍‍ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ କଟକଭୁବନେଶ୍ୱର ପୁଲିସ୍‍ କମିଶନର୍‍ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସୁରକ୍ଷା ଏସ୍‍.ପି. ସରୋଜ ମହାପାତ୍ରଙ୍କୁ ରାଷ୍ଟ୍ରପତି ପୁଲିସ୍‍ ପଦକ ପ୍ରଦାନ କରାଯାଇଥିବାବେଳେ ଚନ୍ଦକା ଏସ୍‍.ଓ.ଜି.ର ୨ ଜଣ କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ୧୦ ଜଣ ପୁଲିସ୍‍ କର୍ମଚାରୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଥିବାବେଳେ ୪ଟି ବର୍ଗରେ ୨୦ ଜଣଙ୍କୁ ରାଜ୍ୟପାଳ ପୁଲିସ୍‍ ପଦକ ପ୍ରଦାନ କରାଯାଇଛି।

ସେମାନେ ହେଲେ ଭିଜିଲାନ୍ସ ଅତିରିକ୍ତ ଏସପି ପ୍ରକାଶ କୁମାର ନାୟକ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ଡ଼ିଏସପି ଗୁରୁ ପ୍ରସାଦ ଶିବ ଶଙ୍କର ନନ୍ଦ, ରାଉରକେଲା ଡ଼ିଏସପି ବନିତା ମାଝୀ । କ୍ରାଇମବ୍ରାଞ୍ଚ ଏସଆଇ ଏନ. ତ୍ରିନାଥ ଦୋରା, ସମ୍ବଲପୁର ସ୍ପେଶାଲ ସ୍କ୍ଵାଡ ଏଏସଆଇ ମହମ୍ମଦ ଯାହାଙ୍ଗିର, ଝାରସୁଗୁଡା ବାଟାଲିୟନ ହାବିଲଦାର ବିଷ୍ଣୁ କୁମାର ବୁରା, ଅନୁଗୁଳର ହାବିଲଦାର ହୃଷିକେଶ ବାରିକ, କୋରାପୁଟ ଏସଓଜିର ବସନ୍ତ କୁମାର ଡାକୁଆ, ରାଉରକେଲା ଡିଏଫଏସ୍‌ଏଲର କନେଷ୍ଟବଲ ଅଞ୍ଜନ ମହାନ୍ତି ଓ କୋରାପୁଟ ତୃତୀୟ ବାଟାଲିୟନର ପ୍ରଶାନ୍ତ ପରିଡାଙ୍କୁ ସମ୍ମାନିତ କରାଯାଇଛି ।

ସେହିଭଳି ରାଜ୍ୟପାଳ ମେଡାଲ ପାଇଛନ୍ତି ଓଡିଶା ସରକାରଙ୍କ ଆବାସିକ କମିଶନର ରବିକାନ୍ତ ଓ ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲ । କ୍ୟାଟାଗୋରୀ ୨ରେ ପୁରୀ ଏସପି କନୱର ବିଶାଲ ସିଂ ଓ କଟକ ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ବିଜୟ ଚନ୍ଦ୍ର ପ୍ରଧାନ ମେଡାଲ ପାଇଛନ୍ତି । ସେହିଭଳି କଟକ ଜୋନ ଏସିପିଙ୍କ ସହ ଅନ୍ୟମାନଙ୍କୁ ରାଜ୍ୟପାଳ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି ।.

Get real time updates directly on you device, subscribe now.