fbpx

ଆଘାତ ଓ ମୃତ୍ୟୁ ମଧ୍ୟରେ ସମୟ ଅତିବାହିତ ହେବା ଦ୍ୱାରା ଅଭିଯୁକ୍ତର ଦାୟିତ୍ୱ କମିନଥାଏ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତିର ଆଘାତ ଯୋଗୁଁ ଦୀର୍ଘ ସମୟ ପରେ ପୀଡିତଙ୍କ ମୃତ୍ୟୁ ହୁଏ, ତେବେ ଏହି ହତ୍ୟା ମାମଲାରେ ଅଭିଯୁକ୍ତର ଦାୟିତ୍ୱ କମିଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ୍ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ୍ ଏସ୍.ରବିନ୍ଦ୍ରଙ୍କ ବେଞ୍ଚ ଛତିଶଗଡ ହାଇକୋର୍ଟଙ୍କ ବିରୋଧରେ ଦୋଷୀଙ୍କ ଆବେଦନ ଉପରେ ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛି ।

ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, ଆକ୍ରମଣର ୨୦ ଦିନ ପରେ ପୀଡିତାଙ୍କ ମୃତ୍ୟୁ ଘଟିଛି । ଏଥିରୁ ଜଣାପଡୁଛି କି, ଆକ୍ରମଣ ସମୟରେ ହୋଇଥିବା ଆଘାତ ଯୋଗୁଁ ମୃତ୍ୟୁ ହୋଇନାହିଁ । ପୋଲିସର ସୂଚନାନୁସାରେ, ଫେବୃଆରୀ ୨୦୧୨ ରେ ଅଭିଯୁକ୍ତମାନେ ପୀଡିତଙ୍କ ବିବାଦୀୟ ଜମିକୁ ଜେସିବିରେ ସମତଳ କରିବାକୁ ଚେଷ୍ଟା କରିଥିଲା । ତାଙ୍କ ମୃତ୍ୟୁ ପରେ ପୀଡିତଙ୍କ ସମ୍ପର୍କୀୟମାନେ ଆବେଦନକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିଲେ ।

ଅଭିଯୁକ୍ତମାନେ ଯୁକ୍ତି କରିଛନ୍ତି ଯେ, ଘଟଣାର ପ୍ରାୟ କୋଡିଏ ଦିନ ପରେ ଏବଂ ଅସ୍ତ୍ରୋପଚାରରେ ଜଟିଳତା ହେତୁ ପୀଡିତଙ୍କ ମୃତ୍ୟୁ ହେତୁ ନୁହେଁ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ପ୍ରଶ୍ନ ହେଉଛି ଆବେଦନକାରୀମାନେ ହତ୍ୟା ଅପରାଧରେ ଦୋଷ. ଯାହାକି ଧାରା ୩୦୨ ଅନୁଯାୟୀ ଦଣ୍ଡନୀୟ । ଆଇପିସିର ଧାରା ୩୦୪ ଅନୁଯାୟୀ ସେମାନେ ଅପରାଧିକ ଭାବରେ ଉତ୍ତରଦାୟୀ ।

ବେଞ୍ଚ କହିଛି ଯେ, କୋର୍ଟକୁ ଏହା ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ ଯେ ଆବେଦନକାରୀମାନେ ଆକ୍ରମଣକାରୀ ଥିଲେ । ସେମାନେ ଜଣେ ବ୍ୟକ୍ତିଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ । ପୋଷ୍ଟମର୍ଟମ କରିଥିବା ଡାକ୍ତର କହିଛନ୍ତି ଯେ, ଆଘାତ ଏକ କଠିନ ବସ୍ତୁ ଦ୍ୱାରା ଲାଗିଥିଲା ଏବଂ ହୃଦ୍ରୋଗ-ଶ୍ୱାସକ୍ରିୟାରେ ବିଫଳତା ହେତୁ ମୃତକଙ୍କ ମୃତ୍ୟୁ ଘଟିଛି । ଏହି ବିଫଳତା ତାଙ୍କ ଶରୀରରେ ଆଘାତ ଏବଂ ତାହାର ଜଟିଳତା ଯୋଗୁଁ ହୋଇଥିଲା ।

ଅଚାନକ୍ ଝଗଡ଼ା ଯୋଗୁଁ ଅଜଣାରେ ମୃତ୍ୟୁ ହୋଇଛି ବୋଲି ଆବେଦନକାରୀଙ୍କ ଯୁକ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ଗ୍ରହଣ କରିନଥିଲେ । ଏଥିରେ କୁହାଯାଇଛି ଯେ, ଆବେଦନକାରୀମାରେ କୁରାଢ଼ି ଧରିଥିଲେ, ଯାହାକି ମୃତକଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଥିଲା ବୋଲି ସଙ୍କେତ ଦେଉଛି ।

ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରି ବେଞ୍ଚ କହିଛି ଯେ, ଦୁଇ ସାକ୍ଷୀଙ୍କ ବୟାନରୁ ଏହା ପ୍ରମାଣିତ ହୋଇଛି ଯେ, ଯେତେବେଳେ ମୃତ ବ୍ୟକ୍ତି ନିଜ ସମ୍ପତ୍ତିରେ ସେପ୍ଟିକ୍ ଟ୍ୟାଙ୍କକୁ ସମତଳ କରୁଥିଲେ ସେତେବେଳେ ଅଭିଯୁକ୍ତ / ଆବେଦନକାରୀମାନେ ତାଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲେ । ସେମାନେ ଏପରି ନକରିବାକୁ କହିଥିଲେ । ପରେ ଅଭିଯୁକ୍ତମାନେ ପୀଡିତାଙ୍କ ଘରେ ପ୍ରବେଶ କରି କୁରାଢ଼ିରେ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.