fbpx

ଟ୍ରକକୁ ଓଭରଟେକ୍ କରିବା ସମୟରେ ଦୁର୍ଘଟଣା ; ୨ ମୃତ, ୩ ଗୁରୁତର

ଭଞ୍ଜନଗର: ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି । ଗାଡ଼ି ଚାଳନାରେ ସାମାନ୍ୟ ବ୍ୟତିକ୍ରମ ବା ଅନ୍ୟମନସ୍କ କାରଣରୁ ବିଭିନ୍ନ ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି । ଫଳରେ ଅନେକ ଲୋକେ ମୃତାହତ ହେଉଥିବା ବେଳେ କିଛି ଲୋକ ଗୁରୁତର ଆହତ ହେଉଛନ୍ତି । ପୂର୍ବରୁ ଏହିପରି ଅନେକ ସଡକ ଦୁର୍ଘଟଣା ଖବର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସେହିପରି ଏକ ଖବର ସାମ୍ନାକୁ ଆସିଛି । ଯାହାକି ଭଞ୍ଜନଗରର ତୁଳସୀପଲ୍ଲୀ ଗାଁର ବୋଲି ଜଣାପଡିଛି ।

ତେବେ ଖବର ଅନୁଯାୟୀ, ଏକ ଟ୍ରକକୁ ୨ ଟି ବାଇକ୍ ଓଭର ଟେକ୍ କରୁଥିବା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏପରି ଏକ ସଡକ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ତୁଳସୀପଲ୍ଲୀ ଗାଁ ନିକଟରେ ଦେଖିବାକୁ ମିଳିଛି । ତେବେ ସେହି ଗାଁ ନିକଟରେ ଏକ ଟ୍ରକକୁ ଦୁଇଟି ବାଇକ୍ ଆରୋହି କ୍ରସ କରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ସଡକ ଦୁର୍ଘଟଣା ହୋଇଛି ।

ଫଳରେ ଗୋଟିଏ ବାଇକରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଯାହାଫଳରେ ସେମାନଙ୍କୁ ଭଞ୍ଜନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ବାଇକ୍ ଆରୋହି କେଉଁଠିକାର ଜଣା ପଡିନଥିବା ବେଳେ ସେମାନେ କେଉଁଠାକୁ ଯାଉଥିଲେ ତାହା ମଧ୍ୟ ସ୍ପଷ୍ଟ ହୋଇୁପାରି ନାହିଁ । ତେବେ ଏହି ଘଟଣା ସମ୍ପର୍କରେ ନିକଟସ୍ଥ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହିତ ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଟିକିଏ ଅନ୍ୟମନସ୍କ ଏବଂ ଅସାବଧାନତା କାରଣରୁ ବିଭିନ୍ନ ସମୟରେ ଅନେକ ଲୋକଙ୍କ ଜୀବନ ହାନୀ ହେଉଛି । ଏଥିସହିତ ଏହିଦୁର୍ଘଟଣା କାରଣରୁ ଅନେକ ଲୋକଙ୍କ ପରିବାର ମଧ୍ୟ ଉଜୁଡି ଯାଉଛି । ଅନ୍ୟପକ୍ଷେ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଦୁର୍ଘଟଣା ଥମିବାର ନାଁ ନେଉନାହିଁ । ଯାହାକି ବର୍ତ୍ତମାନ ସରକାରଙ୍କ ପାଇଁ ଏକ ମୁଣ୍ଡବିନ୍ଧାର କାରଣ ସାଜିଛି ।

Get real time updates directly on you device, subscribe now.