fbpx

U-19 Women World Cup: ଆଜି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ହେବାକୁ ଟିମ୍ ଇଣ୍ଡିଆ ପାଇଁ ଆଉ ଗୋଟିଏ ମାତ୍ର ପାଦ ବାକି ରହିଛି । ଆଜି ୟୁ-୧୯ ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ । ଗତ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସେମିଫାଇନାଲରେ ଭାରତ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ସେହିପରି ଅଷ୍ଟ୍ରେଲିଆକୁ ହରାଇ ଦ୍ୱିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଥିଲା ଇଂଲଣ୍ଡ ।

ଗତ ସେମିରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୯ ୱିକେଟରେ ୧୦୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଜର୍ଜିଆ ପ୍ଲିମର ସର୍ବାଧିକ ୩୫ ଓ ଇସାବେଲା ଗାଜେ ୨୬, ଇଜି ଶାର୍ପ ୧୩ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପି ପାରିନଥିଲେ । ଭାରତ ପକ୍ଷରୁ ପର୍ଶାଭୀ ଚୋପ୍ରା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଭାରତ ୧୪.୨ ଓଭରରେ ୨ ୱିକେଟ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶ୍ୱେତା ସେରାୱାତ ସର୍ବାଧିକ ୬୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଆନ୍ନା ବ୍ରାଉନିଂ ୨ଟି ୱିକେଟ ହାସଲ କରିଥିଲେ । ଚଳିତ ଇଭେଣ୍ଟରେ ଭାରତ ଏଯାବତ ମୋଟ ୬ଟି ମ୍ୟାଚ ଖେଳିଥିବା ବେଳେ କେବଳ ଗୋଟିଏ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିଛି । ଭାରତ ଏଥର ବିଶ୍ୱ ଚାମ୍ପିୟନ ହେବା ନେଇ ଆଶାବାଦୀ ରହିଛି ।

Get real time updates directly on you device, subscribe now.