fbpx

ଚାକିରିରୁ ବିଦା ହେଲା ଏଏସ୍‌ଆଇ ଗୋପାଳ ଦାସ, ବହିଷ୍କାର କଲେ ଝାରସୁଗୁଡ଼ା ଏସ୍‌ପି

ଝାରସୁଗୁଡ଼ା: ଚାକିରିରୁ ବିଦା ହେଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ। ଝାରସୁଗୁଡ଼ା ଏସ୍‌ପି ଗୋପାଳଙ୍କୁ ଚାକିରିରି ବରଖାସ୍ତ କରିଛନ୍ତି। ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଟନ୍ତି। ଗତକାଲିଠାରୁ ଅଟକ ଥିବା ଗୋପାଳ ଦାସଙ୍କୁ ଆଜି ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ସେପଟେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ କିପରି କୋର୍ଟରେ ହାଜର କରାଯିବ ସେ ନେଇ ପୋଲିସର ଚିନ୍ତା ବଢିଛି । ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ହାଜର କରାଯିବ, ସେ ନେଇ ଏକ ବେଠକ କରିଛି ପୋଲିସ । ଉଭୟ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ଉଚ୍ଚସ୍ତରୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଗୋପାଳକୁ ସିଧାସଳଖ କୋର୍ଟରେ ହାଜର କରିବା ବିପଦପୁର୍ଣ୍ଣ ହୋଇପାରେ । ତେଣୁ ତାକୁଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରିବାୁ ଏହି ବୈଠକରେ ନିଷ୍ପତି ହୋଇଛି । ସୂଚନା ମୁତାବକ ଗୋପାଳକୁ ୭ ଦିନ ରିମାଣ୍ଡରରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ।

ରବିବାର ମନ୍ତ୍ରୀ ନବ ଦାସଙ୍କୁ ନିଜ ସର୍ଭିସ ବନ୍ଧୁକରୁ ଗୁଳି ମାରି ହତ୍ୟା କରିଥିବା ଗୋପାଳ ଦାସଙ୍କୁ ପୁଲିସ ଗତକାଲିଠୁ ଗିରଫ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି । ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧି ଛକ ଫାଣ୍ଡି ଅଫିସର ଭାବେ ଗୋପାଳ କାର୍ଯ୍ୟ କରୁଥିଲେ ଓ ଗତକାଲି ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ (ଟ୍ରାଫିକ ମ୍ୟାନେଜମେଂଟ)ରେ ରହିଥିଲେ । ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଏବେ ସୁନ୍ଦରଗଡ଼ ରିଜର୍ଭ ପୁଲିସ ବାରାକରେ ରଖି ଜେରା କରୁଛି ।

Get real time updates directly on you device, subscribe now.