fbpx
BSKY SKY
BSKY SKY

ଶାଢ଼ୀ ପାଲଟିଲା ମୃତ୍ୟୁର କାରଣ, ବେକରେ ଲୁଗା ଗୁଡ଼ାଇ ହୋଇ ୭ବର୍ଷୀୟ ଝିଅର ମୃତ୍ୟୁ

BSKY

ଅନୂପପୁର: ମଧ୍ୟପ୍ରଦେଶର ଅନୂପପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ୭ବର୍ଷୀୟ ଝିଅର ମୃତ୍ୟୁର କାରଣ ଶାଢ଼ୀ ପାଲଟିଛି। ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଶିଶୁକୁ ଶବବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ପ୍ରକ୍ରିୟା ଚାଲୁ ରଖିଛି ।

ସୂଚନା ଅନୁସାରେ, ଅନୂପପୁର ଜିଲ୍ଲାରେ ସୋମବାର ଦିନ ଏକ ସାତବର୍ଷ ଝିଅ ଶାଢ଼ୀ ସହ ଖେଳୁଥିଲା । ଏହି ଖେଳଖେଳରେ ଶାଢ଼ୀ ବେକରେ ଗୁଡ଼ାଇ ହୋଇ ଶିଶୁଟିର ମୃତ୍ୟୁ ଘଟିଛି । ପୋଲିସ ମଙ୍ଗଳବାର ଦିନ ଏହାର ସୂଚନା ଦେଇଛନ୍ତି ଯେ, ଯେତେବେଳେ, ଶିଶୁଟି ଲୁଗା ସହ ଖେଳୁଥିଲେ ସେତେବେଳେ ତାର ମାଆ ଘର ଭିତରେ କାମ କରୁଥିଲେ। ବାହାରେ ଝିଅଟି ବାଉଁଶରେ ବନ୍ଧା ଯାଇଥିବା ଲୁଗାକୁ ଧରି ଖେଳୁଥିଲା ହଠାତ ତାହା ବେକରେ କିପରି ଲୁଗାଟି ବାନ୍ଧି ହୋଇ ଶିଶୁକନ୍ୟାର ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରେ ଶିଶୁର ଝୁଲନ୍ତା ଶରୀରକୁ ପରିବାର ଲୋକେ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ମାମଲାକୁ ନିଜ ହାତକୁ ନେଇ ତଦନ୍ତ ପ୍ରକ୍ରିୟା ଚାଲୁ ରଖିଛି ।

Get real time updates directly on you device, subscribe now.