fbpx
BSKY SKY
BSKY SKY

ଆଇଏମଏଫର ବଡ ଆକଳନ: ଚଳିତ ବର୍ଷ ମଧ୍ୟ ଚୀନ୍ ତୁଳନାରେ ଭାରତର ଅଭିବୃଦ୍ଧି ତୀବ୍ର ରହିବ

BSKY

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମେତ ଅନେକ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ମଧ୍ୟରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆର୍ଥିକ ସର୍ଭେ ଉପସ୍ଥାପନା କରିଥିବା ବେଳେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ଆସନ୍ତା ବର୍ଷ ପାଇଁ ପୂର୍ବାନୁମାନ କରିଛି ଯେ, ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତର ଅଭିବୃଦ୍ଧି ଦ୍ରୁତ ହେବ । ଆର୍ଥିକ ଅଭିବୃଦ୍ଧି ଦୃଷ୍ଟିରୁ ଏହା ଚଳିତ ବର୍ଷ ଚୀନ୍ ଠାରୁ ଆଗରେ ରହିବ । ଆସନ୍ତା ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୧ ପ୍ରତିଶତ ହୋଇପାରେ । ବିଶେଷ କଥା ହେଉଛି ଆଇଏମ୍ଏଫ୍ ଆକଳନ ଅନୁଯାୟୀ କେବଳ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ହାର ୬ ପ୍ରତିଶତରୁ ଅଧିକ ରହିବ ।

ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିରେ କିଛି ମନ୍ଥରତା ଆଶା କରାଯାଉଛି ଏବଂ ମାର୍ଚ୍ଚ ୩୧ ଶେଷ ହେବାକୁ ଥିବା ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୮ ପ୍ରତିଶତ ହେବ ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ମଙ୍ଗଳବାର ଦିନ କହିଛି ।

ପରବର୍ତ୍ତୀ ଆର୍ଥିକ ବର୍ଷରେ ଏହି ହାର ୬.୧ ପ୍ରତିଶତ ହୋଇପାରେ । ଆଇଏମ୍ଏଫ୍ ଆଜି ଏହାର ବିଶ୍ୱ ଅର୍ଥନୈତିକ ଦୃଷ୍ଟିକୋଣର ଜାନୁଆରୀ ଅପଡେଟ୍ ପ୍ରକାଶ କରିଛି, ଯାହା ଅନୁଯାୟୀ ୨୦୨୨ ମସିହାରେ ଆନୁମାନିକ ୩.୪ ପ୍ରତିଶତରୁ ୨୦୨୩ ରେ ୨.୯ ପ୍ରତିଶତକୁ ହ୍ରାସ ପାଇବ ଏବଂ ୨୦୨୪ ରେ ୩.୧ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଚୀନର ଅର୍ଥନୀତିରେ ୪.୩ ପ୍ରତିଶତ ହ୍ରାସ ପାଇବା ପରେ ୨୦୨୩ ଏବଂ ୨୦୨୪ ରେ ଉଦୀୟମାନ ତଥା ବିକାଶଶୀଳ ଏସିଆର ଅଭିବୃଦ୍ଧି ଯଥାକ୍ରମେ ୫.୩ ପ୍ରତିଶତ ଏବଂ ୫.୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁଯାୟୀ, ଭାରତ ପରେ ଚୀନର ନମ୍ବର ରହିଛି, ଯେଉଁଠାରେ ଏହି ହାର ୫.୨ ପ୍ରତିଶତ ବୋଲି ଆକଳନ କରାଯାଇଛି । ଆସନ୍ତା ବର୍ଷ ୨୦୨୪ ରେ ଭାରତର ଅଭିବୃଦ୍ଧି ହାର ୬.୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ବିଶ୍ୱ ସଂଗଠନ ପୂର୍ବାନୁମାନ କରିଛି ।

Get real time updates directly on you device, subscribe now.