fbpx

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା: ଏପ୍ରିଲ ୧ ରୁ ରାସ୍ତାରେ ଗଡ଼ିବନି ୯ ଲକ୍ଷରୁ ଅଧିକ ସରକାରୀ ଗାଡି ଏବଂ ବସ୍

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି ଯେ, ୧୫ ବର୍ଷରୁ ଅଧିକ ପୁରୁଣା ୯ ଲକ୍ଷ ସରକାରୀ ଯାନ ଏପ୍ରିଲ ୧ ରୁ ରାସ୍ତାରେ ଗଡିବ ନାହିଁ । ଏପ୍ରିଲ ୧ ତାରିଖରୁ ଏଭଳି ଯାନବାହାନକୁ ରାସ୍ତାରେ ଯିବା ଉପରେ ବାରଣ କରାଯିବ ।

ସେଗୁଡ଼ିକ ସ୍ଥାନରେ ନୂଆ ଯାନ ଲଗାଯିବ । ଏଫଆଇସିସିଆଇର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିତିନ ଗଡକରୀ କହିଛନ୍ତି ଯେ, ଇଥାନଲ, ମିଥାନୋଲ, ବାୟୋ ସିଏନଜି, ବାୟୋ ଏଲଏନଜି ଏବଂ ବୈଦ୍ୟୁତିକ ଯାନ ବ୍ୟବହାରରେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ବର୍ତ୍ତମାନ ୧୫ ବର୍ଷରୁ ଅଧିକ ପୁରୁଣା ୯ ଲକ୍ଷରୁ ଅଧିକ ଯାନକୁ ସ୍କ୍ରାପରେ ପରିଣତ କରିବାକୁ ଆମେ ଅନୁମୋଦନ ଦେଇଛୁ । ଏହା ସହିତ ପ୍ରଦୂଷିତ ବସ୍ ଏବଂ କାରଗୁଡ଼ିକୁ ନୂଆ ଯାନ ସହିତ ବଦଳାଇବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି । ଏହା ଦ୍ୱାରା ବାୟୁ ପ୍ରଦୂଷଣକୁ ହ୍ରାସ କରିବାରେ ସାହାଯ୍ୟ ମିଳିବ ।

ଏପ୍ରିଲ ୧ ରୁ ଏହି ଯାନଗୁଡିକର ରେଜିଷ୍ଟ୍ରେସନ୍ ବାତିଲ ହେବ :-
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ୧୫ ବର୍ଷ ପୁରୁଣା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଗାଡ଼ିର ରେଜିଷ୍ଟ୍ରେସନ୍୧ ଏପ୍ରିଲ ୧ ରୁ ବାତିଲ ହେବ ଏବଂ ସେଗୁଡିକୁ କବାଡରେ ସାମିଲ କରାଯିବ । ଏଥିରେ ପରିବହନ ନିଗମ ଏବଂ ସର୍ବସାଧାରଣ କ୍ଷେତ୍ରରେ ନିୟୋଜିତ ଯାନ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିୟୋଜିତ ତଥା ଆଇନ ଶୃଙ୍ଖଳା ତଥା ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବ୍ୟବହୃତ ଯାନ ଉପରେ ଏହି ନିୟମ ଲାଗୁ ହେବ ନାହିଁ ।

ଏହିପରି ଯାନ ଉପରେ ରୋଡ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ:-
ୟୁନିଅନ୍ ବଜେଟ୍ ୨୦୨୧-୨୨ ରେ ଘୋଷିତ ଏହି ନୀତିରେ ୨୦ ବର୍ଷ ପରେ ଘରୋଇ ଯାନ ଏବଂ ବ୍ୟବସାୟିକ ଯାନ ପାଇଁ ୧୫ ବର୍ଷ ପରେ ଫିଟନେସ୍ ପରୀକ୍ଷା କରିବାର ବ୍ୟବସ୍ଥା ରହିଛି । ୧ ଏପ୍ରିଲ୍ ୨୦୨୨ ଠାରୁ କାର୍ଯ୍ୟକାରୀ ହୋଇଥିବା ଏହି ନୂଆ ନୀତି ଅନୁଯାୟୀ କେନ୍ଦ୍ର ସରକାର କହିଛନ୍ତି ଯେ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପୁରୁଣା ଗାଡିଗୁଡିକୁ ସ୍କ୍ରାପ୍ କରିବା ପରେ କିଣାଯାଇଥିବା ଗାଡିଗୁଡିକ ଉପରେ ୨୫ ପ୍ରତିଶତ କମ୍ ସଡକ ଟ୍ୟାକ୍ସ ଦେବାକୁ ପଡିବ ।

Get real time updates directly on you device, subscribe now.