fbpx

ସଂସଦରେ Economic Survey Report ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ: ଦେଶର ଅଭିବୃଦ୍ଧି, ଆର୍ଥିକ ସର୍ଭେକୁ ନେଇ ଜାଣନ୍ତୁ ୧୦ଟି ବଡ଼ ପଏଣ୍ଟ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ବଜେଟ ଅଧିବେଶନର ପ୍ରଥମ ଭାଗ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ତେବେ ତା’ ପୂର୍ବରୁ ଆଜି ଅର୍ଥମନ୍ତ୍ରୀ ସଂସଦରେ ଅଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ।

୧- ଆର୍ଥିକ ବର୍ଷ ୨୦୨୩-୨୪ରେ ରିଅଲ ଜିଡିପି ଅଭିବୃଦ୍ଧି ୬.୬ରୁ ୬.୮ ପ୍ରତିଶତ ମଧ୍ୟରେ ରହିବ । ନୋମିନାଲ ଜିଡିପି ୧୧ ପ୍ରତିଶତ ରହିବାର ସମ୍ଭାବନା ରହିଛି ।

୨- ସେହିପରି ଜିଡିପି ଅଭିବୃଦ୍ଧି ଏହି ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ରହିବାର ଅନୁମାନ କରାଯାଉଛି । ଏହା ଗତ ୩ ବର୍ଷ ମଧ୍ୟରେ ସବୁଠାରୁ ମନ୍ଥର ଅଭିବୃଦ୍ଧି ହେବ । ଦେଶର ଅର୍ଥବ୍ୟବସ୍ଥା ଯାହା ସବୁ କ୍ଷତି ସହିଥିଲା ତାହା ପୂରଣ ହୋଇସାରିଛି । କୋଭିଡ୍ ମହାମାରୀ ସମୟରେ ଯେଉଁସବୁ କାର୍ଯ୍ୟ ଧିମେଇ ଯାଇଥିଲା, ତାହା ପୁଣି ଥରେ ସକ୍ରିୟ ହୋଇଯାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ।

୩- ଚଳିତ ଆର୍ଥିକ ବର୍ଷରେ ଅର୍ଥବ୍ୟବସ୍ଥା ୭ ପ୍ରତିଶତରେ ରହିଥିବା ବେଳେ ୨୦୨୩-୨୪ରେ ଏହା ୬.୫ ପ୍ରତିଶତ ବଢ଼ିବ । ଗତ ୨୦୨୧-୨୩ରେ ଏହି ଅଭିବୃଦ୍ଧି ହାର ୮.୭ ପ୍ରତିଶତ ଥିଲା ।

୪- ଭାରତ ବିଶ୍ୱର ଚତୁର୍ଥ ଅର୍ଥବ୍ୟବସ୍ଥା ଭାବେ ବଳବତ୍ତର ରହିବ । ମୁଦ୍ରା ସମାନତା ହିସାବରେ ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହୋଇଥିବା ବେଳେ ବିନିମୟ ହାର ଦୃଷ୍ଟିରୁ ୫ମ ଅର୍ଥନୀତି ହେବ ।

୫- ଭାରତ ନିକଟରେ ପର୍ଯ୍ୟାପ୍ତ ମାତ୍ରାରେ ବିଦେଶୀ ମୁଣ୍ଡା ଭଣ୍ଡାର ରହିଛି, ଯାହାକି ଚାଲୁ ଖାତାରେ ନିଅଣ୍ଟ ଓ ଫୋରେକ୍ସ ମାର୍କେଟରେ ହସ୍ତକ୍ଷେପ କରିବା ପାଇଁ ଯଥେଷ୍ଟ ଅଧିକ ହେବ ।

୬- ଅଧିକାଂଶ ଅର୍ଥବ୍ୟବସ୍ଥା ତୁଳନାରେ ଭାରତ ଅସାଧାରଣ ଚ୍ୟାଲେଞ୍ଜକୁ ସଠିକ୍ ଢଙ୍ଗରେ ପରିଚାଳନା କରିପାରିଛି ।

୭- ବିଶ୍ୱ ବଜାରରେ ବୃଦ୍ଧି ହାର ମନ୍ଥର ରହିଥିବାରୁ ଭାରତରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିତୀୟାର୍ଦ୍ଧରେ ଆମଦାନୀ କ୍ଷେତ୍ରରେ କ୍ଷତି ଦେଖିବାକୁ ମିଳିଛି ।

୮- ମିଡ଼ିଆ ଓ ଅର୍ଥଶାସ୍ତ୍ରୀଙ୍କ ବିଶ୍ଲେଷଣ ମୁତାବକ, ଅର୍ଥମନ୍ତ୍ରୀ ଦେଶର ମଧ୍ୟବିତଙ୍କୁ ଆଶ୍ୱସ୍ତି ଦେଇପାରନ୍ତି । ଏଥିସହିତ ଗରିବଙ୍କ ଖର୍ଚ୍ଚ ବୃଦ୍ଧି ପାଇଁ ଆୟକର ସ୍ଲାବରେ ପରିବର୍ତ୍ତନ କରିପାରନ୍ତି ।

୯- କୃଷକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ । ବିଶେଷ କରି ଫସଲବୀମା, ଗ୍ରାମ୍ୟ ସଡ଼କ, କମ୍ ଖର୍ଚ୍ଚରେ ଆବାସ ନିର୍ମାଣ ଉପରେ ଗୁରୁତ୍ୱ ଦେଇ ପାରନ୍ତି । ଭାରତକୁ ବିଶ୍ୱର ମାନୁଫାକଚିଂ ହବ୍ ବନାଇବା ଲକ୍ଷ୍ୟରେ କିଛି ରିହାତି ଘୋଷଣା ହୋଇପାରେ ।

୧୦- ଦେଶର ୬୫ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୪୭ ପ୍ରତିଶତ କୃଷି ଉପରେ ନିର୍ଭର କରୁଛନ୍ତି । ତେଣୁ ଗ୍ରାମୀଣ ଅଞ୍ଚଳର ବିକାଶ ପାଇଁ ସରକାର ଫୋକସ୍ କରିବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.