fbpx

ଦାନ୍ତ ଘଷିବା ପୂର୍ବରୁ ପାଣି ପିଇବା ଲାଭଦାୟକ ନା କ୍ଷତି କାରକ; କଣ କହୁଛି ରିସର୍ଚ୍ଚ

ଆମର ଜୀବନଶୈଳୀ ଏବଂ ଶରୀରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନେକ ପରାମର୍ଶ ଦେଇଥାନ୍ତି । ଏଥିସହିତ ପ୍ରତିଦିନ ୮ ରୁ ୧୦ ଗ୍ଲାସ୍ ପାଣି ପିଇବାକୁ ମଧ୍ୟ କହିଥାନ୍ତି । ତେବେ କିଛି ବ୍ୟକ୍ତି ଥଣ୍ଡା ପାଣି ପିଇବାକୁ ପସନ୍ଦ କରୁଥିବା ବେଳେ ଆୟୁର୍ବେଦ କିନ୍ତୁ କେବଳ ଉଷୁମ ପାଣି ପିଇବା ପାଇଁ ପରାମର୍ଶ ଦିଅନ୍ତି । ବିଶେଷ କରି ସକାଳେ ଉଷୁମ ପାଣି ପିଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି । କାରଣ ଏହା ଶରୀରକୁ ସୁସ୍ଥ ରଖିବା ସହ ମେଟାବୋଲିଜିମ୍ ବୃଦ୍ଧି କରିଥାଏ ଏବଂ ହଜମ ଶକ୍ତି ମଧ୍ୟ ବୃଦ୍ଧି କରେ ।

ତେବେ ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେ ସକାଳେ ଉଠିବା ପରେ ସେମାନେ ଦାନ୍ତ ଘଷିବା ପୂର୍ବରୁ ପାଣି ପିଇଥା’ନ୍ତି ଏବଂ ଅନ୍ୟମାନେ ଦାନ୍ତ ଘଷିବା ପରେ ପାଣି ପିଇଥା’ନ୍ତି । ଏପରି ପରିସ୍ଥିତିରେ, ଆପଣଙ୍କ ମନରେ ଏକ ପ୍ରଶ୍ନ ଉଠିପାରେ ଯେ ବ୍ରସ କରିବା ପୂର୍ବରୁ କିମ୍ବା ବ୍ରସ କରିବା ପରେ ପାଣି ପିଇବା ଅଧିକ ଲାଭଦାୟକ କି? ତେବେ ଏହାକୁ ନେଇ କଣ କହୁଛି ରିସର୍ଚ୍ଚ ଆସନ୍ତୁ ଜାଣିବା ।

ବିଶେଷଜ୍ଞଙ୍କ ଅନୁଯାୟୀ, ସକାଳେ ଦାନ୍ତ ଘଷିବା ପୂର୍ବରୁ ପାଣି ପିଇବା ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ। କାରଣ ଏପରି କରିବା ଦ୍ୱାରା ହଜମ ଶକ୍ତି ଶକ୍ତିଶାଳୀ ହୁଏ । ଫଳରେ ଆପଣ ଦିନରେ ଯାହା ଖାଆନ୍ତି ତାହା ଭଲ ଭାବରେ ହଜମ ହୋଇଥାଏ । ଏହା ବ୍ୟତୀତ, ଦାନ୍ତ ନ ଘଷି ପାଣି ପିଇବା ଦ୍ୱାରା ଶରୀରର ଅନେକ ରୋଗ ମଧ୍ୟ ଭଲ ହୋଇଥାଏ ।

ସକାଳେ ପାଣି ପିଇବା ଦ୍ୱାରା ମିଳିଥାଏ ଏହି ସବୁ ଲାଭ:

– ସକାଳେ ଖାଲି ପେଟରେ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରହିବା ସହ ଶରୀର ଦିନସାରା ହାଇଡ୍ରେଟ୍ ରଖେ ।ଏତତ୍ ବ୍ୟତୀତ ପେଟ ସମ୍ବନ୍ଧୀୟ କୌଣସି ଅସୁବିଧା ମଧ୍ୟ ହୋଇ ନଥାଏ ଏବଂ ଆପଣଙ୍କ ଚର୍ମ ମଧ୍ୟ ସୁସ୍ଥ ରହିଥାଏ ।

– ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଦାନ୍ତ ନ ଘଷି ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏଥିସହିତ ଯଦି ଆପଣ ଥଣ୍ଡା, କାଶ ଆଦି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି , ତେବେ ପ୍ରତ୍ୟେକ ଦିନ ସକାଳୁ ଦାନ୍ତ ନ ଘଷି ପାଣି ପିଇବା ଉଚିତ୍ ।
– ଲମ୍ବା, ମୋଟା କେଶ ଏବଂ ଚମକୁଥିବା ଚର୍ମ ପାଇଁ, ସକାଳେ ବ୍ରଶ ନକରି ପାଣି ପିଇବା ଉଚିତ୍ । ଏହା ବ୍ୟତୀତ କୋଷ୍ଠକାଠିନ୍ୟ, ପାଟି ଘା , ଖଟା ଢିକାର ସମସ୍ୟା ଦୀର କରିବା ପାଇଁ ମଧ୍ୟ ବ୍ରସ ନ କରି ପାଣି ପିଇବା ଦରକାର ।

– ଯେଉଁମାନଙ୍କର ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଅଛି ସେମାନେ ସକାଳେ ଉଠି ଏକ ଗ୍ଲାସ୍ ଉଷୁମ ପାଣି ପିଇବା ଉଚିତ୍ । କାରଣ ପାଟିରେ ଥିବା ଲାଳର ଅଭାବ ହେତୁ ପାଟି ଶୁଖିଯାଏ ଏବଂ ବ୍ୟାକ୍ଟେରିଆ ସୃଷ୍ଟି ହୁଏ । ଯେଉଁ କାରଣରୁ ପାଟି ଦୁର୍ଗନ୍ଧ କରିଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସକାଳେ ଏକ ଗ୍ଲାସ ଉଷୁମ ପାଣି ପିଇବା ଉଚିତ୍ ।

Get real time updates directly on you device, subscribe now.