fbpx

୨୦,୦୦୦ କୋଟିର FPO କାହିଁକି ଫେରସ୍ତ କରିଲେ ଅଦାନୀ ? ଲୋକଙ୍କ ଆଖି ବଜାର ଉପରେ

ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଅଦାନୀଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଏହି ସମୟରେ ହଠାତ୍ ବୁଧବାର ଦିନ ଅଡ଼ାନୀ ଏଣ୍ଟରପ୍ରାଇଜେସ୍ ୨୦,୦୦୦ କୋଟି ଟଙ୍କା ମୂଲ୍ୟର FPO ପ୍ରତ୍ୟାହାର ଏବଂ ନିବେଶକଙ୍କ ଟଙ୍କା ଫେରସ୍ତ ଘୋଷଣା କରିଛି। ସୂଚନା ଅନୁଯାୟୀ, ଆମେରିକାର ସର୍ଟସେଲିଂ କମ୍ପାନୀ ହିଡେନବର୍ଗ ରିପୋର୍ଟ ହେତୁ ଏହି ପଦକ୍ଷେପ ନିଆଯାଇଛି ବୋଲି ବିଶ୍ୱାସ କରାଯାଉଛି ।

ସୂଚନା ଅନୁଯାୟୀ, ଅଦାନୀ ଏଣ୍ଟରପ୍ରାଇଜର୍ସର ଏଫପିଓ ଅଧୀନରେ ୪.୫୫ କୋଟି ସେୟାର ପ୍ରଦାନ କରାଯାଇଥିବା ବେଳେ ୪.୬୨ କୋଟି ସେୟାର ପାଇଁ ଅବେଦନ ଗ୍ରହଣ କରାଯାଇଛି । ଅଣ-ଆନୁଷ୍ଠାନିକ ନିବେଶକଙ୍କ ପାଇଁ ସଂରକ୍ଷିତ ୯୬.୧୬ ଲକ୍ଷ ସେୟାର ଉପରେ ୩ ଗୁଣା ଗ୍ରହଣ କରାଯାଇଥିବା ବେଳେ ଯୋଗ୍ୟ ଅନୁଷ୍ଠାନ କ୍ରେତା ବିଭାଗରୁ ୧.୨୮ କୋଟି ଅଂଶଧନ ସଂପୂର୍ଣ୍ଣ ସବସ୍କ୍ରାଇବ କରାଯାଇଥିଲା । ତେବେ FPOକୁ ନେଇ ଖୁଚୁରା ନିବେଶକ ଏବଂ କମ୍ପାନୀ କର୍ମଚାରୀଙ୍କ ପ୍ରତିକ୍ରିୟା ଥଣ୍ଡା ରହିଥିଲା । ଅଦାନୀ କମ୍ପାନୀ ସେୟାର ବଜାରରେ ପାଖାପଖି ୮୬ ବିଲିୟନ ଡ଼ଲାର କ୍ଷତି ସହିବା ପରେ ଏପରି ନିଷ୍ପତ୍ତି ନେଇଛି ।

ଅଡ଼ାନୀ ଗୁଜରାଟରେ ଏକ କମୋଡ଼ିଟି ଟ୍ରେଡ଼ର ରୂପରେ ଆରମ୍ଭ କରିବା ପରେ ନିଜର ସାମ୍ରାଜ୍ୟକୁ ଠିଆ କରିଦେଇଛି । ଖବର ମୁତାବକ ଅଦାନୀ ଦୁନିଆର ୩ ନମ୍ବର ଧନୀ ବ୍ୟକ୍ତି ଥିଲେ । ଯାହାଙ୍କ ମୂଳ ସଂପତ୍ତି ୧୨୭ ବିଲିୟନ ଡ଼ଲାର ଥିଲା । ହେଲେ ବୁଧବାର ଦିନ ସେ ୧୫ ନମ୍ବରକୁ ଖସିଯାଇଛନ୍ତି ।

Get real time updates directly on you device, subscribe now.