fbpx

Modi No-1 Again: ବହୁ ପଛରେ ପଡ଼ିଲେ ବାଇଡେନ, ସୁନକଙ୍କ ସମେତ ୨୨ଟି ଦେଶର ଟପ୍ ଲିଡର୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଲୋକପ୍ରିୟତା ମାମଲାରେ ନିଜକୁ ନମ୍ବର ୱାନ ବୋଲି ପ୍ରମାଣିତ କରିଛନ୍ତି । ମୋଦୀଙ୍କ ନାମ ଓ ବ୍ରାଣ୍ଡର ଜଲୱା ସାରା ବିଶ୍ୱରେ ଚମକିବାରେ ଲାଗିଛି । ଗ୍ଲୋବାଲ ଲିଡର୍ସ ତାଲିକାରେ ମୋଦୀ ଟପରେ ରହିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ବହୁ ପଛରେ ପଡ଼ିଯାଇଛନ୍ତି ।

ବିଜିନେସ ଇଣ୍ଟେଲିଜେନ୍ସ କମ୍ପାନୀ, ମର୍ଣ୍ଣିଂ କନସଲଟାଣ୍ଟ ପକ୍ଷରୁ କରାଯାଇଥିବା ସର୍ଭେ ‘ଗ୍ଲୋବାଲ ଲିଡର ଆପ୍ରୋଭାଲ ରେଟିଂସ’ ମୁତାବକ, ପିଏମ ମୋଦୀ ୨୨ଟି ଦେଶର ଟପ୍ ନେତାଙ୍କୁ ପଛରେ ପକାଇ ଏକନମ୍ବର ଲୋକପ୍ରିୟ ନେତା ବନିଯାଇଛନ୍ତି । ମୋଦୀଙ୍କୁ ୭୮ ପ୍ରତିଶତ ରେଟିଂ ମିଳିଛି । ଦ୍ୱିତୀୟ ସ୍ଥାନରେ ରହିଥିବା ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଓବ୍ରେଡୋରଙ୍କୁ ୬୮ ପ୍ରତିଶତ ଓ ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲବନୀଜଙ୍କୁ ୫୮ ପ୍ରତିଶତ ରେଟିଂ ମିଳିଛି ।

ସେହିପରି ଇଟାଲି ପ୍ରଧାନମନ୍ତ୍ରୀ ଜିୟୋର୍ଜିୟାଙ୍କୁ ୫୨ ପ୍ରତିଶତ ରେଟିଂ ସହ ଚତୁର୍ଥ ସ୍ଥାନ, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍ଭାଙ୍କୁ ୫୦ ପ୍ରତିଶତ ରେଟିଂ ସହ ପଞ୍ଚମ ସ୍ଥାନ ମିଳିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ କାନାଡ଼ା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ୪୦ ପ୍ରତିଶତ ରେଟିଂ ସହ ଲିଷ୍ଟରେ ଷଷ୍ଠ ସ୍ଥାନରେ ରହିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ୩୦ ପ୍ରତିଶତ ରେଟିଂ ସହ ୧୬ତମ ସ୍ଥାନ ମିଳିଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୨୯ ପ୍ରତିଶତ ରେଟିଂ ସହ ୧୭ତମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.