fbpx

ଭାରତ ସରକାରଙ୍କର ହୋଇଯିବ Vodafone Idea, ଦୀର୍ଘ ସମୟ ଅପେକ୍ଷା ପରେ ମିଳିଲା ଅନୁମତି

ନୁଆଦିଲ୍ଲୀ: ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଭୋଡାଫୋନ୍‌-ଅଇଡିଆ(ଭିଆଇ) ତୃତୀୟ ବୃହତ କମ୍ପାନୀ ଅଟେ। ବର୍ତ୍ତମାନ ଏହି କମ୍ପାନୀରେ ସବୁଠୁ ବଡ଼ ଅଂଶୀଦାର ଭାରତ ସରକାରଙ୍କ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସରକାର ଏବଂ ଭୋଡାଫୋନ୍ ଆଇଡିଆ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ଯାହାକୁ ସରକାର ଶୁକ୍ରବାର ଅନୁମୋଦନ କରିଛନ୍ତି। ଭୋଡାଫୋନ୍ ଆଇଡିଆର ବକେୟା ପେମେଣ୍ଟକୁ ଇକ୍ୱିଟି ସେୟାରରେ ପରିଣତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ପେକ୍ଟ୍ରମ୍ ନିଲାମ କିସ୍ତିର ଜମା ନଥିବା ସମ୍ପର୍କିତ ସୁଧ ଏବଂ ଏଜିଆର ବକେୟାକୁ ଇକ୍ୱିଟି ସେୟାରରେ ପରିଣତ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ନ୍ୟୁଜ୍ ଏଜେନ୍ସୀ ରଏଟର୍ସ ରିପୋର୍ଟ ମୁତାବକ ଭୋଡାଫୋନ୍‌-ଆଇଡିଆ(ଭିଆଇ) କହିଛି ଯେ, ଇକ୍ୱିଟି ପରିଣତ କରିବାକୁ ଥିବା ପରିମାଣ ହେଉଛି ୧୬,୧୩୩ କୋଟି ଟଙ୍କା । ସରକାର ପ୍ରତ୍ୟେକ ମୂଲ୍ୟ ୧୦ ଟଙ୍କା ମୂଲ୍ୟର ପ୍ରାୟ ୧୬.୧୩ ବିଲିୟନ ସେୟାର ପ୍ରଦାନ କରିବାକୁ ସରକାର ଭିଆଇ କୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ଇସ୍ୟୁ ମୂଲ୍ୟ ମଧ୍ୟ ୧୦ ଟଙ୍କା । ରଏଟର୍ସ ଅନୁଯାୟୀ, ଗତ ବର୍ଷ ଅକ୍ଟୋବର ଭୋଡାଫୋନ୍ ଆଇଡିଆର ଏଜିଆର ପେମେଣ୍ଟ ଭାରକୁ ହଜାରେ କୋଟି ଟଙ୍କାର ଇକ୍ୱିଟି ସେୟାରରେ ପରିଣତ କରିବାକୁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି ।

ଭାରତର ସବୁଠୁ ଧନୀ ବ୍ୟକ୍ତିମୁକେଶ ଅମ୍ବାନୀ ରିଲାଏନ୍ସ ଜିଓ ମାଧୟମରେ ଟେଲିକମ ଜଗତରେ ପାଦ ରଖିବା ପରେ ଏହି କ୍ଷେତ୍ରରେ ପୁର୍ବରୁ ଥିାବ କମ୍ପାନୀ ଗୁଡ଼ିକ ପାଇଁ ପ୍ରତିଯୋଗିତା ବଢିଥିଲା । ଜିଓ ଦେଶରେ ନିଜର ବିସ୍ତାର ଏତେ ଶିଘ୍ର କରିଥିଲା ଯେ, ଅନ୍ୟ କମ୍ପାନୀ ଗୁଡ଼ିକ ପ୍ରବଳ କ୍ଷତି ସାମ୍ନା କରିଥିଲେ ଏବଂ ଏତେ ବଡ଼ କ୍ଷତି କାରଣରୁ ବଜାରରେ ଦୌଡ଼ରୁ ଏକ ପ୍ରକାର ବାଦ୍ ପଡ଼ଥିଲେ।

ଏହି କାରଣରୁ ଟେଲିକମ୍ କମ୍ପାନୀଗୁଡିକର ବିପୁଳ ଋଣ, ଏଜିଆର ପେମେଣ୍ଟ ଏବଂ ସୁଧ ଦେୟ ହେତୁ ଅନେକ ଅସୁବିଧା ମଧ୍ୟ ବୃଦ୍ଧି ପାଇଲା । ଋଣଗ୍ରସ୍ତ ଘରୋଇ ଟେଲିକମ୍ କମ୍ପାନୀଗୁଡିକୁ ରିଲିଫ୍ ଯୋଗାଇବା ପାଇଁ କେନ୍ଦ୍ର ସରକାର ୨୦୨୧ ମସିହାରେ ଏକ ସ୍ୱତନ୍ତ୍ର ପ୍ରକାରର ଟେଲିକମ୍ ସଂସ୍କାର ପ୍ୟାକେଜ୍ ଅନୁମୋଦନ କରିଥିଲେ । ଯେଉଁ କାରଣରୁ ଟେଲିକମ୍ କମ୍ପାନୀଗୁଡିକର ଏଜିଆର ପେମେଣ୍ଟ ଏବଂ ଆନୁସଙ୍ଗିକ ସୁଧ ବକେୟା ଇକ୍ୱିଟି ସେୟାରରେ ରୂପାନ୍ତର କରିବାକୁ ଅନୁମତି ଦିଆଗଲା ।

ଏହା ଅଧୀନରେ ୧୬୧୩୩ କୋଟି ଟଙ୍କା ବକେୟା ଅର୍ଥକୁ ଇକ୍ୱିଟି ସେୟାରରେ ପରିଣତ କରିବାକୁ ସରକାର ନିକଟରେ ଅନୁମୋଦନ ଦେଇଛନ୍ତି । ଏହା ବ୍ୟତୀତ, ସୁପ୍ରିମକୋର୍ଟ ୨୦୨୦ ରେ ଟେଲିକମ୍ କମ୍ପାନୀଗୁଡିକର ଆବେଦନ ଶୁଣିବାବେଳେ ୧୦ ବର୍ଷ ଅର୍ଥାତ୍ ୨୦୩୧ ପର୍ଯ୍ୟନ୍ତ ଏଜିଆର ପେମେଣ୍ଟ,ଋଣ ଏବଂ ଆନୁସଙ୍ଗିକ ସୁଧ ଦେୟ ଫେରସ୍ତ କରିବାକୁ ମଧ୍ୟ ସମୟ ଦେଇଥିଲେ ।

Get real time updates directly on you device, subscribe now.