fbpx

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ: କର୍ଣ୍ଣାଟକର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଧର୍ମେନ୍ଦ୍ରଙ୍କ କର୍ଣ୍ଣାଟକ ବିଜେପିର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏହା ସହ ତାମିଲନାଡୁ ବିଜେପିର ଅଧ୍ୟକ୍ଷ କେ.ଅନ୍ନାମଲାଇଙ୍କୁ ନିର୍ବାଚନ ସହ-ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି ।

ବିଜେପି ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ, ‘କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆସନ୍ତା କର୍ଣ୍ଣାଟକ ନିର୍ବାଚନ ୨୦୨୩ ପାଇଁ ପ୍ରଭାରୀ ଓ ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ. ଅନ୍ନାମଲାଇଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏପ୍ରିଲ-ମେ ମାସରେ ହେବାକୁ ଥିବା ନିର୍ବାଚନ ପାଇଁ ଉଭୟ ଶାସକ ଦଳ ଏବଂ ବିରୋଧୀ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏହାପୂର୍ବରୁ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଗତ ମାସରେ ରାଜ୍ୟ ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତିର ଦେଖିଥିଲେ । ଏହି ସମୟରେ ସେ ଏକ ସାଧାରଣ ସଭାରେ ମଧ୍ୟ ସମ୍ବୋଧିତ କରିଥିଲେ । ଏଥି ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୧୧ ଫେବୃଆରୀରେ କର୍ଣ୍ଣାଟକ ଗସ୍ତ କରିବେ । ଦକ୍ଷିଣ କନ୍ନଡ ଜିଲ୍ଲାର ପୁତ୍ତୁରରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ଅମିତ ଶାହା ।

Get real time updates directly on you device, subscribe now.