fbpx

୩୦ବର୍ଷ ପରେ ମହାଶିବ ରାତ୍ରୀରେ ପଡୁଛି ଏହି ଦୁର୍ଲଭ ସଂଯୋଗ; ଏହିସବୁ ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବିଙ୍କର ଏକ ସତନ୍ତ୍ର ସମୟ ଥାଏ ଯେଉଁ ସମୟରେ ତାଙ୍କର ଉତ୍ସବ ପଡିଥାଏ ସମ୍ପୂର୍ଣ୍ଣ ବିଧିବିଧାନର ସହିତ ତାଙ୍କର ପୂଜା ଅର୍ଚ୍ଚନା ହୁଏ । ଫଳରେ ସେ ତାଙ୍କ ଭକ୍ତ ଉପରେ ନିଜର କୃପା ଦୃଷ୍ଟି ପକାଇଥାନ୍ତି । ତେବେ ଶାସ୍ତ୍ର ମତରେ ପ୍ରତ୍ୟେକ ବର୍ଷ ଚଳିତ ର୍ବା ମଧ୍ୟ ଫାଲ୍ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିତିରେ ପ୍ରଭୁ ଭୋଲାନାଥଙ୍କର ଉତ୍ସବ ପଡୁଛି । । ଏହି ଦିନ ମାତା ପାର୍ବତୀ ଏବଂ ପ୍ରଭୁ ଭୋଳାଶଙ୍କରଙ୍କ ବିବାହ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୁଏ ।ଯାହାକୁ ମହାଶିବରାତ୍ରୀ ବା ଜାଗର କୁହାଯାଏ । ତେବେ ଏହି ଦିନ ଯେଉଁ ବ୍ୟକ୍ତି ଭକ୍ତି ସହକାରରେ ପ୍ରଭୁ ଭୋଳାନାଥଙ୍କୁ ଆରାଧନା କରନ୍ତି ସେମାନଙ୍କ ମନସ୍କାମନା ପୂରଣ ହେବା ସହ ଭଗାବନ ଶିବଙ୍କର ଅସିମ କୃପା ମଧ୍ୟ ଲାଭ କରନ୍ତି ।

କିନ୍ତୁ ପ୍ରତି ବର୍ଷ ଅପେକ୍ଷା ଚଳିତ ବର୍ଷା ମହାଶିବରାତ୍ରୀ ଅତ୍ୟନ୍ତ ଅଲୌକିକ ଏବଂ ଦୁର୍ଲଭ ଅଟେ । କାରଣ ଜ୍ୟୋତିଷ ଶାସ୍ତ୍ର ମତରେ ଏହି ଦିନ ଏକ ଅପୂର୍ବ ସଂଯୋଗ ସୃଷ୍ଟି ହେଉଛି । ଯାହାକି ଦୀର୍ଘ ୩୦ ବର୍ଷ ପରେ ଦେଖିବାକୁ ମିଳିବ । କାରମ ଏହି ଦିନ ଶନି ଏବଂ ସୂର୍ଯ ଉଭୟ କୁମ୍ଭ ରାଶିରେ ପ୍ରବେଶ କରିବେ । ଫଳରେ ଏହାର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତି ଉପରେ ପଡିବ । କିନ୍ତୁ ଖାସ କରି ୩ ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଯାହାଫଳରେ ସେହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟଦୋୟ ହେବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ….

ମେଷ: ଜ୍ୟେତିଷ ଶାସ୍ତ୍ର ମତରେ ଶିବରାତ୍ରୀ ଦିନ ଶନି ଏବଂ ସୁର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବା ଦ୍ୱାରା ଏହା ମେଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ସଫଳତା ପାଇବେ । ଏତତ୍ ବ୍ୟତୀତ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ତେବେ ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରର ପଦୋନ୍ନତି ହେବା ସହ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଲାଭବାନ ହେବେ । ତେଣୁ ସୂର୍ଯ୍ୟ ଏବଂ ଶନିଙ୍କ ଗୋଚର ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଲାଭ ଦାୟକ ହେବ ।

ବୃଷ: ଶାସ୍ତ୍ର ମତରେ ସୂର୍ଯ୍ୟ ଏବଂ ଶନି ଦେବ କୃପା ବୃଷ ରାଶିର ବ୍ୟକ୍ତିମାନଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ସଫଳତା ପ୍ରଦାନ କରିବ । ଏଥିସହିତ ଏହି ରାଶିର ବ୍ୟକ୍ତିମାନଙ୍କୁ ନୂତନ ଚାକିରୀ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ଫଳରେ ଆର୍ଥିକ ସମସ୍ୟା ଦୂର ହେବା ସହ ପରିବାରରରେ ସୁଖ ଶାନ୍ତି ଲାଗି ରହିବ । ତେଣୁ କୁମ୍ଭ ରାଶିରେ ହେି ୨ ଗ୍ରହଙ୍କ ପ୍ରବେଶ ବୃା ରାଶିର ବ୍ୟକ୍ତିମାନଙ୍କୁ ଅନେକ ଲାଭ ଦେବ ।

ମକର: ସୂର୍ଯ୍ୟ ଏବଂ ଶନିଙ୍କ ସମେଯାଗ ମକର ରାଶିର ବ୍ୟକ୍ତିମାନଙ୍କୁ ଅନେକ ଲାଭ ଦେବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ଅନେକ ଦିନର ଆଶା ପୁରା ହେବାର ସମ୍ଭାବନା ରହିଛି । ଏଥିସହିତ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନ ମଧ୍ୟ ଲାଭବାନ ହେବା ସହ ବେପାର ବାଣିଜ୍ୟ ବୃଦ୍ଧି ପାଇବ ।

Get real time updates directly on you device, subscribe now.