fbpx

ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ନାଁରେ ମାମଲା; ଏହି କାରଣ ପାଇଁ ଯାଇପାରନ୍ତି ଜେଲ୍ !

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ପୁଣି ଥରେ ବିବାଦ ଘରରେ ଛନ୍ଦି ହୋଇଯାଇଛନ୍ତି । ଫଳରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ପୋଲିସ ୩୨୪ ଓ ୫୦୪ ଆଇପିସି ଦଫାରେ ମାମଲା ରୁଜୁ କରିଛି । ତେବେ କାମ୍ବଲିଙ୍କ ନାଁରେ ଆଉ କେହି ନୁହେଁ ବରଂ ତାଙ୍କ ପତ୍ନୀ ଆଣ୍ଡ୍ରେୟା ହେଭିଟ ଅଭିଯୋଗ ଆଣିଛନ୍ତି । ଫଳରେ ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ତେବେ ମିଳିଥିବା ସବଚନା ଅନୁଯାୟୀ, ପୂର୍ବତନ କ୍ରିକେଟର କାମ୍ବଲି ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ଏତିସହିତ କାମ୍ବଲି ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କୁ କୁକିଙ୍ଗ ପ୍ୟାନ୍ ଫିଙ୍ଗିଥିଲେ । ଯାହାକି ଆଣ୍ଡ୍ରେୟା ହେଭିଟଙ୍କୁ ମୁଣ୍ଡରେ ବାଜିଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କାମ୍ବଲିଙ୍କ ପତ୍ନୀ ତାଙ୍କ ନାଁରେ ଅଭିଯୋଗ କରିଥିଲେ । ଯାହାଫଳରେ ମୁମ୍ବାଇ ବାନ୍ଦ୍ରା ପୋଲିସ ମାମଲା ରୁଜୁ କରିଛି ।

କାମ୍ବଲି ଦୀର୍ଘ ଦିନ ହେବ ତାଙ୍କ ସ୍ତ୍ରୀଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯ୍ୟାନତା ଦେଇ ଆସୁଥିଲେ । ଏଥିସହିତ ମଦ୍ୟପାନ କରି ତାଙ୍କ ଉପରେ ଅତ୍ୟାଚାର ମଧ୍ୟ କରୁଥିଲେ । ଯାହାଫଳରେ ଏଥିରେ ଅତିଷ୍ଟ ହୋଇ କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରେୟା ହେଭିଟ ଆଇନର ସାହାରା ନେବା ସହ ତାଙ୍କ ନାଁରେ ଏତଲା ଦେଇଥିଲେ । ଯାହାକୁ ଆଧାର କରି ମୁମ୍ବାଇ ପୋଲିସ ବର୍ତ୍ତମାନ କାମ୍ବିଲଙ୍କୁ ଥାନାକୁ ଡକାଇ ପଚରା ଉଚରା କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.